ଜାତୀୟ

ରାଜଧାନୀରେ ପୁଣି ଲଜ୍ଜା

ରାଜଧାନୀରେ ବସରେ ଗଣଦୁଷ୍ମର୍ମ। ତାହା ପୁଣି ଚଳନ୍ତା ବସରେ। ଏଭଳି ଲୋମହର୍ଷକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀରେ। ଏକ ଘରୋଇ ବସ୍‌ରେ ଜଣେ ନାବାଳିକା ଝିଅକୁ ଗଣବଳାତ୍କାର କରାଯାଇଥିବାର ସଙ୍‌ଘାତିକ ଅଭିଯୋଗ ହୋଇଛି। ଘରୋଇ ବସ୍‌ଟି ଯମୁନା ଏକ୍ସପ୍ରେସୱେରେ ଚାଲୁଥିଲା ଏବଂ ଅନ୍ୟ ଗାଡ଼ିଗୁଡ଼ିକ ଦ୍ରୁତ ଗତିରେ ଆସୁଥିଲା। ବସ୍‌ ଭିତରେ ଜଣେ ୧୬ ବର୍ଷୀୟା ଝିଅକୁ ନିର୍ମମ ଭାବରେ ଦୁଷ୍ମର୍ମ କରାଯାଉଥିଲା। ପୀଡିତା ଜଣକ ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାର ବୋଲି କୁହାଯାଉଛି। ଝିଅଟି ୧୧ଶ ଶ୍ରେଣୀରେ ଛାତ୍ରୀ। ପରିବାର ସହିତ ଝଗଡ଼ା ପରେ, ସେ ନୋଏଡାକୁ ତାଙ୍କ ସମ୍ପର୍କୀୟ ଭାଇଙ୍କୁ ଭେଟିବାକୁ ଏକା ଚାଲିଯାଇଥିଲେ। ସେ ଜାଣି ନ ଥିଲେ ଯେ ତାଙ୍କ ସହିତ ଏପରି ଏକ ଘଟଣା ଘଟିବ।

ବସ୍‌ରେ ଘଟିଥିଲା ବର୍ବରତା 
ବସ୍ ଭିତରେ ଡ୍ରାଇଭରଙ୍କ ସିଟ୍ ପାଖରେ ଷ୍ଟିଅରିଂ ଚକରେ ଏକ କମ୍ବଳ ରଖାଯାଇଥିବା ଦେଖିବାକୁ ମିଳିଥିଲା। ସିଟ୍ ମଝିରେ ଏକ ଚାଦର ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା।  ଅଭିଯୋଗ ପରେ  ପୋଲିସ ତଦନ୍ତ ପାଇଁ ବସକୁ  ନିଜ ହେପାଜତକୁ ନେଇଛି। ପୋଲିସ କହିଛି ଯେ ଏକ ୧୬ ବର୍ଷୀୟା ସ୍କୁଲ ଛାତ୍ରୀଙ୍କୁ ସ୍ଲିପର ବସ୍‌ରେ ଗଣଦୁଷ୍କର୍ମ କରାଯାଇଥିଲା। ଗଣଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଗିରଫ କରାଯାଇଛି।

ଅଭିଯୁକ୍ତ ଡ୍ରାଇଭର-କଣ୍ଡକ୍ଟର ଗିରଫ

ପୋଲିସ ସୂଚନା ଅନୁଯାୟୀ, କାଶ୍ମୀର ଗେଟ୍ ଅଞ୍ଚଳରେ ଏକ ସ୍ଲିପର ବସ୍‌ରେ ୧୬ ବର୍ଷୀୟା ଛାତ୍ରୀଙ୍କୁ ଗଣବଳାତ୍କାରର ଅଭିଯୋଗ ହୋଇଥିଲା।  ଏହି ମାମଲାରେ ପୋଲିସ ବସ୍ ଡ୍ରାଇଭର କୁଲଦୀପ ଏବଂ କଣ୍ଡକ୍ଟର ସନ୍ଦୀପଙ୍କୁ ଗିରଫ କରିଛି। ପୀଡିତା ଜଣକ ଉତ୍ତର ପ୍ରଦେଶର ମୈନପୁରୀ ଜିଲ୍ଲାର ବାସିନ୍ଦା ଏବଂ ୧୧ଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ। ପୋଲିସ ଅପରାଧରେ ବ୍ୟବହୃତ ସ୍ଲିପର ବସ୍‌କୁ ଜବତ କରିଛି ଏବଂ ଫୋରେନସିକ୍ ଯାଞ୍ଚ କରାଯାଉଛି।

Share

Leave a Reply

Your email address will not be published. Required fields are marked *

six + eight =