ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଜାରି

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ନୂଆ କଟକଣା ଜାରି କରିଛନ୍ତି । ଏଣିକି ଶନିବାର ଓ ରବିବାର ଦିଲ୍ଲୀରେ ସପ୍ତାହନ୍ତ କର୍ଫ୍ୟୁ ଜାରି ହେବ ଏବଂ ସମସ୍ତ ଦୋକାନ,ବଜାର,ଯାତାୟତ ଆଦି ବନ୍ଦ ରହିବ । କରୋନା ସଂକ୍ରମଣକୁ ଦେଖି ଦିଲ୍ଲୀ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ରାତି ୧୦ଟାରୁ ସୋମବାର ସକାଳ ୬ଟା ଯାଏଁ କର୍ଫ୍ୟୁ ଜାରି ରହିବ ।

କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏବେ ବି ସ୍ଥିତି ଆୟତରେ ରହିଛି , ମେଡିକାଲରେ ବେଡର ଅଭାବ ନାହିଁ । ଏବେ ବି ୫ ହଜାର ବେଡ ଖାଲି ରହିଛି । ହେଲେ ବଢୁଥିବା ସଂକ୍ରମଣ ରୋକିବାକୁ ସପ୍ତାହନ୍ତ କର୍ଫ୍ୟୁ ଲାଗୁହେବ । ଏହି ସପ୍ତାହନ୍ତ କର୍ଫ୍ୟୁ ଶୁକ୍ରବାର ରାତି ୧୦ ଟାରୁ ଆରମ୍ଭ ହୋଇ ସେମାବାର ସକାଳ ୬ ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ବାହାଘର ପାଇଁ ପାସ ନେବାକୁ ହେବ, ସପିଙ୍ଗ ମଲ୍, ଓ ଜିମ୍ ବନ୍ଦ ରହିବ, ୩୦ ପ୍ରତିଶତ ଲୋକଙ୍କୁ ନେଇ ସିନେମା ହଲ୍ ଚାଲିପାରିବ । ଅନ୍ୟପଟେ ସମସ୍ତ ଅତ୍ୟାବଶକୀୟ ସେବା ଖୋଲା ରହିବ ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ସପ୍ତାହରେ ୫ ଦିନ କାମ କରନ୍ତୁ । ୨ ଦିନ ଯଥାସମ୍ଭବ ଘର ରୁହନ୍ତୁ । ଯଦି କାହାକୁ ହସ୍ପିଟାଲ, ବିମାନବନ୍ଦର, ଷ୍ଟେସନ୍ ଯିବାକୁ ହୁଏ ସେମାନେ ଟିକେଟ୍ ଦେଖାଇ ଛାଡ ପାଇପାରିବେ । ଏହାସହ ଏଥିପାଇଁ ପାସ୍ ମଧ୍ୟ ଆବଶ୍ୟକ ।

Share

Leave a Reply

Your email address will not be published. Required fields are marked *

five − three =