୫୦ ପ୍ରତିଶତ ଯାତ୍ରୀରେ ହିଁ ଚାଲିବ ବସ୍

ଭୁବନେଶ୍ବର() ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ବସ୍ ଚଳାଚଳ । ରାଜ୍ୟରେ ସାମାନ୍ୟ ହେବ ବସ ସେବା । ଗତକାଲିରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ଘୋଷଣା ପରେ ପରିବହନ ନୀତିରେ କୋହଳ କରାଯାଇଛି । ପୂର୍ବରୁ ରେଡ଼ଜୋନରେ ଓ ଅରେଞ୍ଜ ଜୋନରେ ଗାଡ଼ି ଗଡ଼ିବ ବୋଲି ଯେଉଁ ନିଷ୍ପତ୍ତି ହୋଇଥିଲା, ତାହା ଗତକାଲି କୋଳହ ହୋଇଛି । ଏବେ ନୂଆ ଗାଇଡ଼ଲାଇନ୍ ଅନୁସାରେ ରେଡ଼ ଜୋନ, ଅରେଞ୍ଜ ଜୋନରେ ବି ଚାଲିପାରିବ ଗାଡ଼ି ।ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ କାମ ଆରମ୍ଭ ହେବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ଅତି ଶୀଘ୍ର ରାଜ୍ୟ ଭିତରେ ଗାଡ଼ି ଚଳାଚଳ କରିବା ସହ ରାଜ୍ୟ ଓ ରାଜ୍ୟ ଭିତରେ ଗାଡ଼ି ଚଳାଚଳ ଆରମ୍ଭ ହେବ । ତେବେ ୫୦ ପ୍ରତିଶତ ଯାତ୍ରୀରେ ହିଁ ଗାଡ଼ି ଚାଲିବ ବୋଲି ମଧ୍ୟ ସ୍ପଷ୍ଟ କରିଯାଇଛି ।

Share

Leave a Reply

Your email address will not be published. Required fields are marked *

19 − nine =