ଅଧିନାୟକ ପଦ ହରାଇପାରନ୍ତି କୋହଲି

ନୂଆଦିଲ୍ଲୀ()  ବିଶ୍ବକପରେ ନ୍ୟୁଜିଲାଣ୍ଡ ଠାରୁ ଭାରତ ସେମିଫାଇନାଲ ମ୍ୟାଚ ହାରିବା ପରେ ବିରାଟଙ୍କ ପାଇଁ ବଢୁଛି ଅଡୁଆ । ଖବରନୁଯାୟୀ ଦିନିକିଆ ଏବଂ ଟି-୨୦ ମ୍ୟାଚରେ ବିରାଟଙ୍କ ଅଧିନାୟକ ପଦ ଯାଇପାରେ। କିନ୍ତୁ ଟେଷ୍ଟ ମ୍ୟାଚରେ ବିରାଟଙ୍କ ଅଧିନାୟକ ରୂପେ ଦାୟିତ୍ବ ଭାର ବହନ କରିବେ। ବିରାଟଙ୍କ ଅଧିନାୟକ ପଦ ଗଲା ପରେ ଦିନିକିଆ ଓ ଟି-୨୦ ମ୍ୟାଚରେ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ଭାର ବିସିସିଆଇ ଦେଇ ପାରେ ବୋଲି ଚର୍ଚ୍ଚା ହେଉଛି।

ଟିମ ଇଣ୍ଡିଆ ଚଳିତ ବିଶ୍ବକପରେ ସେମିଫାଇନାଲ ମ୍ୟାଚ ହାରିବା ପରେ ବିସିସିଆଇ ବିରାଟଙ୍କୁ କେବଳ ଟେଷ୍ଟ ମ୍ୟାଚରେ ଅଧିନାୟକ ଦାୟିତ୍ବ ଭାର ଦେଇ ପାରନ୍ତି ବୋଲି କ୍ରିକେଟ ଜଗତରେ ଚର୍ଚ୍ଚା ଜୋର ଧରିଛି। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ବକପ ମ୍ୟାଚ ଖେଳାଯିବା ସହ ୨୦୨୩ରେ ଭାରତରେ ବିଶ୍ବକପ ମଧ୍ୟ ଖେଳାଯିବ। ବିସିସିଆଇ ତମାମ ଦିଗକୁ ଆଖି ଆଗରେ ରଖି ଏହିଭଳି ନିଷ୍ପିତ୍ତି ନେଇ ପାରନ୍ତି।

ଏହା ସହ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ଦେବାର ସମୟ ଆସିଛି।

Share

Leave a Reply

Your email address will not be published. Required fields are marked *

3 × 2 =