ନବୀନଙ୍କ ସଂରକ୍ଷଣ ପ୍ରସ୍ତାବକୁ ଜାତିସଂଘର ପ୍ରଶଂସା

ଭୁବନେଶ୍ବର () ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆନ୍ତର୍ଜାତିକ ସ୍ତରରୁ ମିଳିଛି ସମ୍ମାନ । ରାଜନୀତିରେ ମହିଳାଙ୍କ ପାଇଁ 33 ପ୍ରତିଶତ ସଂରକ୍ଷଣ ପାଇଁ ପ୍ରସ୍ତାବ ରଖିଥିବାରୁ ଜାତିସଂଘର ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ସଂଗଠନ ୟୁଏନ ଓମେନ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।

ୟୁଏନ ଓମେନର ଡେପୁଟି କଣ୍ଟ୍ରି ରିପ୍ରେଜେଣ୍ଟେଟିଭ ନିଷ୍ଠା ସତ୍ୟମ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଏକ ଚିଠି ଲେଖି ନିଜର ଖୁସି ପ୍ରକଟ କରିଛନ୍ତି । ମହିଳାଙ୍କ ସ୍ଥାନ ସଂରକ୍ଷଣକୁ ନେଇ ଜାତୀୟ ସ୍ତରରେ ଆଲୋଚନାକୁ ଏହା ଅଧିକ ପ୍ରଶସ୍ତ କରିବ ଏବଂ ସଂସଦରେ ଏ ସମ୍ପର୍କିତ ଆଇନ ସଂଶୋଧନରେ ସହାୟକ ହେବ ବୋଲି ସେ ଆଶା କରିଛନ୍ତି ।

ଶ୍ରୀମତୀ ସତ୍ୟମ ତାଙ୍କ ପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଚିନ୍ତାଶୀଳ ନେତୃତ୍ବର ଉଚ୍ଚ ପ୍ରଶଂସା କରିଛନ୍ତି । ଦେଶ ଓ ରାଜ୍ୟର ସର୍ବୋଚ୍ଚ ଯୋଜନା ପ୍ରଣୟନକାରୀ ସଂସ୍ଥାରେ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କୁ ସାମିଲ କରାଗଲେ ନିରନ୍ତର ଅର୍ଥନୈତିକ ଓ ସାମାଜିକ ବିକାଶ ସମ୍ଭବ ହେବ । ମହିଳାମାନେ ସେମାନଙ୍କ ଅଧିକାର ପାଇଁ ସ୍ବର ଉଠାଇବାରେ ବହୁ ପ୍ରତିବନ୍ଧକର ସାମନା କରୁଛନ୍ତି । ୟୁଏନ ଉଇମେନ ମହିଳାଙ୍କ ସାମର୍ଥ ବୃଦ୍ଧି ସହ ଲିଙ୍ଗଗତ ସମାନତା ପାଇଁ ବ୍ୟାପକ ପ୍ରଚାର ଜରିଆରେ ଏହି ପ୍ରତିବନ୍ଧକ ହଟାଇବାକୁ ଉଦ୍ୟମ କରି ଆସୁଛି । ସେଥିପାଇଁ ରାଜ୍ୟରେ ମହିଳା ସଶକ୍ତିକରଣ ଏବଂ ଅନ୍ୟାନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ସହଭାଗିତାରେ କାର୍ଯ୍ୟ ଆଗେଇ ନେବାକୁ ଚାହୁଁଛି ବୋଲି ଶ୍ରୀମତୀ ସତ୍ୟମ ଲେଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × 3 =