ଆସନ୍ତାକାଲି ଦାମଙ୍କ ନୂଆ ଦଳ ଘୋଷଣା

ଭୁବନେଶ୍ବର () ଆସନ୍ତାକାଲି ସମତାକ୍ରାନ୍ତି ଦଳ ସହ ମିଶି ନୂଆ ଦଳ ଘୋଷଣା କରିବେ ବିଜେଡିରୁ ବହିଷ୍କୃତ ବିଧାୟକ ଡାକ୍ତର ଦାମୋଦର ରାଉତ । ଏହି ସାମ୍ବାଦିକ ସମ୍ମିଳନୀରେ ଦାମଙ୍କ ସମତାକ୍ରାନ୍ତି ଦଳର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ, ଦଳର ସଭାପତି ପ୍ରଶାନ୍ତ ମିଶ୍ର ଓ କାର୍ଯ୍ୟକାରୀ ସଭାପତି ଜଜ୍ଞେଶ୍ବର ବାବୁ ପ୍ରମୁଖ ମଧ୍ୟ ଉପସ୍ଥିତ ରହିବେ । ଆନୁଷ୍ଠାନିକ ଭାବେ ବିଜୁ ସମତାକ୍ରାନ୍ତି ଦଳର ଘୋଷଣା କରାଯିବ ବୋଲି ଜଣାପଡିଛି ।

ପୂର୍ବରୁ ଦାମ ବାବୁ ବିଜୁ ସମତାକ୍ରାନ୍ତି ଦଳର ନାଁ ଘୋଷଣା କରିଦେଇଥିଲେ । କିନ୍ତୁ ଏ ସଂପର୍କରେ ସମତାକ୍ରାନ୍ତି ଦଳ ସହ ବିଧିବଦ୍ଧ ଆଲୋଚନା ହୋଇନଥିଲା । ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟ ନିର୍ବାଚନ କମିଶନଙ୍କୁ ଏ ସଂପର୍କରେ ଚିଠି ଲେଖି ଦଳ ପକ୍ଷରୁ ଅବଗତ କରାଯାଇଛି ।

ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ରହୁନାହାଁନ୍ତି । ତେଣୁ ବିଜୁ ସମତାକ୍ରାନ୍ତି ଦଳରେ ବୈଜୟନ୍ତଙ୍କ ସହଯୋଗକୁ ନେଇ ସନ୍ଦେହ ସୃଷ୍ଟି ହେଉଛି । ଚର୍ଚ୍ଚା ହେଉଛି ବୈଜୟନ୍ତ ଏହି ନୂଆ ଦଳକୁ ପ୍ରଚ୍ଛଦପଟରୁ ସହଯୋଗ କରିବେ ।

Share

Leave a Reply

Your email address will not be published. Required fields are marked *

15 − four =