ହରମନପ୍ରୀତ ନେବେ ବିଶ୍ୱକପ୍ ନେତୃତ୍ୱ

ମୁମ୍ବାଇ() ଆସନ୍ତା ଫେବୃୟାରୀ ୨୧ ତାରିଖରୁ ଅଷ୍ଟେ୍ରଲିଅ ।ରେ ଆରମ୍ଭ ହେବାକୁ ଯାଉଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଅ ।ଇସିସି) ଟି୨୦ ବିଶ୍ୱକପ୍ ପାଇଁ ଏକ ୧୫ ଜଣିଅ । ଭାରତୀୟ ଦଳ ଘୋଷଣା କରାଯାଇଛି । ହରମନପ୍ରୀତ କୌରଙ୍କୁ ଏହି ଦଳର ନେତୃତ୍ୱ ପ୍ରଦାନ କରାଯାଇଛି । ବେଙ୍ଗଲ ବ୍ୟାଟ୍ସଓମ୍ୟାନ ରି· ଘୋଷ ଏକ ମାତ୍ର ନୂଆ ମୁହଁ ଭାବେ ଦଳରେ ସ୍ଥାନ ପାଇଛନ୍ତି । ଦଳରେ ଚୟନରେ ଚୟନକର୍ତ୍ତାମାନେ ଅ ।ଉ କୌଣସି ଅ ।ଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇନାହାନ୍ତ । ୧୫ ବର୍ଷୀୟା ହରିୟାଣା ସ୍କୁଲ୍ ଛାତ୍ରୀ ଶେଫାଲୀ ବର୍ମାଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ଶେଫାଲୀ ପ୍ରଥମଥର ପାଇଁ ଏହି ଗ୍ଲୋବାଲ ଟୁର୍ନାମେଣ୍ଟ ଖେଳିବାର ସୁଯୋଗ ପାଇବେ । ଅନ୍ତର୍ଜାତୀୟସ୍ତରରେ ଦମ୍ଦାର ପ୍ରଦର୍ଶନ କରି ଶେଫାଲୀ ଚୟନକର୍ତ୍ତାଙ୍କୁ ପ୍ରଭାବିତ କରିବାରେ ସମର୍ଥ ହୋଇଛନ୍ତି । କଟକରେ ଖେଲାଯାଇଥିବା ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ରି· ଦମ୍ଦାର ପ୍ରଦର୍ଶନ କରଥିଲେ । ଟ୍ରଫିର ଗୋଟିଏ ମ୍ୟାଚରେ ସେ ୪ ଚୌକା ଓ ୧ ଛକା ସହ ୨୬ ବଲରୁ ୩୬ ରନ ସଂଗ୍ରହ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ବିଶ୍ୱକପ୍ ପୂର୍ବରୁ ଅଷ୍ଟେ୍ରଲିଆରେ ଖେଳାଯିବାକୁ ଥିବା ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ ମଧ୍ୟ ଏକ ୧୬ ଜଣିଅ । ଦଳ ଘୋଷଣା କରାଯାଇଛି । ନୁଝତ ପରବୀନଙ୍କୁ ଏହି ଦଳରେ ସାମିଲ କରାଯାଇଛି । ଏହି ଟୁର୍ନାମେଣ୍ଟ ୩୧ ତାରିଖରୁ ଅ ।ରମ୍ଭ ହେବାକୁ ଯାଉଛି । ଅ ।ୟୋଜକ ଅଷ୍ଟେ୍ରଲିଅ । ସମେତ ଇଂଲଣ୍ଡ ଓ ଭାରତ ଏଥିରେ ଅଂଶଗ୍ରହଣ କରିବେ । ଟି୨୦ ବିଶ୍ୱକପ୍ ଦଳ: ହରମନପ୍ରୀତ କୌର (ଅଧିନାୟକ), ସ୍ମୃତି ମାନ୍ଧନା, ଶେଫାଲୀ ବର୍ମା, ଜେମିମା ରୋଡ୍ରିଗୁଏଜ, ହାର୍ଲିନ ଦେଓଲ, ଦୀପ୍ତି ଶର୍ମା, ବେଦା କ୍ରିଷ୍ଣମୂର୍ତ୍ତି, ରି· ଘୋଷ, ତାନିଆ ଭାଟିଆ, ପୁନମ ଯାଦବ, ରାଧା ଯାଦବ, ରାଜେଶ୍ୱରୀ ଗାଏକ୍ୱାଡ, ଶିଖା ପାଣ୍ଡେ, ପୂଜା ବସ୍ତ୍ରକାର ଓ ଅରୁନ୍ଧତୀ ରେ‡ୀ ।

Share

Leave a Reply

Your email address will not be published. Required fields are marked *

7 + 11 =