ପୂର୍ବତନ ବିଧାୟକଙ୍କୁ ୩ ଦିନିଆ ମହଲତ

ଭୁବନେଶ୍ୱର() ସରକାରୀ ଘର ମାଡିବସିଥିବା ପୁର୍ବତନ ବିଧାୟକ ମାନେ ଆସନ୍ତା ୩ ଦିନ ମଧ୍ୟରେ ଘର ନଛାଡିଲେ ବିଧାନସଭା କଡା ଆଭିମୁଖ୍ୟ ନେବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ସେଥିପାଇଁ ସେ ପୂର୍ବତନ ବିଧାୟକ ମାନଙ୍କୁ ଘର ଛାଡିବା ପାଇଁ ୩ ଦିନ ସହଲତ ଦେଇଛନ୍ତି । ଏଥିରେ କିଛି ବର୍ତ୍ତମାନର ବିଧାୟକ ମଧ୍ୟ ଏମ.ଏଲ.ଏ କଲୋନିର କ୍ୱାଟର ଛାଡିବାକୁ ବାଚସ୍ପତି ନିଦେ୍ର୍ଧଶ ଦେଇଛନ୍ତି । ଏସବୁ ସ୍ଥାନରେ ପୁରୁଣା ଘର ଭଙ୍ଗା ଯାଇ ବହୁତଳ କ୍ୱାଟର ନିର୍ମାଣ କରାଯିବ । ଯେଉଁ ବିଧାୟକ ମାନେ ଏଥିରେ କ୍ଷତିଗ୍ରସ୍ତ ହେବେ ସେମାନଙ୍କୁ ଅନ୍ୟ ସ୍ଥାନରେ ଥଇଥାନ କରାଯିବ । କିନ୍ତୁ ଯେଉଁ ପୂର୍ବତନ ବିଧାୟକ ମାନେ ଏପର୍ଯ୍ୟନ୍ତ ଘର ଛାଡିନାହାନ୍ତି ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଯିବ ।

Share

Leave a Reply

Your email address will not be published. Required fields are marked *

4 × 3 =