ସ୍ମିତାରାଣୀଙ୍କ ମୃତ୍ୟୁ ମାମଲାରେ ସରପଞ୍ଚଙ୍କ ସ୍ବାମୀ ଗିରଫ

ଧର୍ମଶାଳା() ଧର୍ମଶାଳା ପିଇଓି ସ୍ମିତାରାଣି ବିଶ୍ୱାଳଙ୍କ ହତ୍ୟା ଅଭିଯୋଗରେ ଧର୍ମଶାଳା ପୋଲିସ ହରିଦାସ ପୁର ପଂଚାୟତର ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଆଜି ଗିରଫ କରିଛି । ସ୍ମିତାରାଣି ବିଶ୍ୱାଳଙ୍କ ମ୍ୟତ୍ୟୁ ଘଟଣା ସମଗ୍ର ରାଜ୍ୟ ରେ ତୁମୂଳ ଆଲୋଡନ ସୃଷ୍ଟି କରିଥିଲା । ମୃତ୍ୟୁ ପରେ ପୋଲିସ ସରପଂଚଙ୍କ ସ୍ୱାମୀ ରୂପେଶ ଭଦ୍ରଙ୍କୁ ଧରି ନେଇ ଗତ ଗୁରୁବାର ଠାରୁ ପଚରାଉଚୁରା କରୁଥିଲା । ଆଜି ତାକୁ ଗିରଫ କରାଯାଇଛି । ଗିରଫ ପରେ ଯାଜପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ରୂପେଶ ଭଦ୍ରଙ୍କର ସ୍ମିତାରାଣିଙ୍କ ସହ ଅନୈତିକ ସମ୍ପର୍କ ଥିଲା । ପୋଷ୍ଟମଟମ ରିପୋର୍ଟରୁ ସ୍ମିତାରାଣିଙ୍କର ମୃତ୍ୟୁ ଶ୍ୱାସରୁଦ୍ଧ କାରଣରୁ ହୋଇଥିଲା ବୋଲି ଜଣାପଡିଛି । ତଥାପି ଏସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

one + 3 =