ରେଳ କର୍ମଚାରୀଙ୍କୁ ବୋନସ

ଇ-ସିଗାରେଟ  ବ୍ୟାନ୍

ନୂଆଦିଲ୍ଲୀ () ରେଳ କର୍ମଚାରୀଙ୍କ ପାଇଁ ଖୁସି ଖବର । ରେଳ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ବୋନସ୍ ଦିଆଯିବ। ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ପ୍ରକାଶ ଜାବେଡକର ବଡ ଘୋଷଣା କରିଛନ୍ତି । । ଏହା ଦ୍ୱାରା ୧୧ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ। ବୋନସ୍ ପାଇଁ ୨୦୨୪ କୋଟି ଟଙ୍କା ଖର୍ଚ୍ଚ ହେବ।

ସେପଟେ ଇ-ସିଗାରେଟ୍ ଉପରେ ବ୍ୟାନ୍ ଲଗାଇବାର କ୍ୟାବିନେଟ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ୍ ମଧ୍ୟ ମଞ୍ଜୁରୀ ଲଗାଇ ଦେଇଛି । କ୍ୟାବିନେଟ୍ ଇ-ସିଗାରେଟ୍ ର ଆମଦାନୀ ,ପ୍ରଡକ୍ସନ୍ ଏବଂ ବିକ୍ରି ଉପରେ ପ୍ରତିବନ୍ଧ ଲଗାଇ ଦେଇଛି । ଏହା ସହ ଏହାର ପ୍ରମୋଶନ୍ ପାଇଁ ମଧ୍ୟ ରୋକ ଲଗାଯାଇଛି ।

ନିୟମ ଉଲ୍ଲଂଘନ କଲେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରଥମଥର ପାଇଁ ନିୟମ ଉଲ୍ଲଂଘନ କଲେ ୧ ବର୍ଷ ପାଇଁ ଜେଲଦଣ୍ଡ ମିଳିବା ସହ ଲକ୍ଷେ ପର୍ୟ୍ୟନ୍ତ ଜରିମାନା ଲାଗିପାରେ । ଅନ୍ୟପକ୍ଷରେ ୧ ରୁ ଅଧିକଥର ନିୟମ ଭାଙ୍ଗିଲେ ମନ୍ତ୍ରାଳୟ ପକ୍ଷରୁ ୫ ଲକ୍ଷ ଟଙ୍କାର ଜରିମାନା ସାଙ୍ଗକୁ ୩ ବର୍ଷ ପାଇଁ ଜେଲ୍ ଦଣ୍ଡ ମିଳିବ ।

Share

Leave a Reply

Your email address will not be published. Required fields are marked *

4 × 3 =