ହାତ ଟେକି ଦେଲେ ସୁର,କହିଲେ ବିଜେପୁରରେ ବିଜେଡି ଜିତିବ

ବରଗଡ() ବିଜେପୁର ଉପ ନିର୍ବାଚନ ଆଉ ରହିଲା ୩ ଦିନ । ତିନି ପ୍ରମୁଖ ଦଳ ମଧ୍ୟରେ ଚାଲିଛି ବଳ କଷାକଷି। ଆଜି ବିଜେପୁର ରାଲିରେ ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓହ୍ଲାଇଥିବା ବେଳେ କଂଗ୍ରେସ ପକ୍ଷରୁ ସୁର ରାଉତରାୟ ପ୍ରଚାର କରୁଛନ୍ତି।

ତେବେ ଏହି ଭିତରେ ନିର୍ବାଚନ ପୂର୍ବରୁ ହାରିବା କଥା କହୁଛନ୍ତି କଂଗ୍ରେସ ବିଧାୟକ ତଥା ବରିଷ୍ଠ ନେତା ସୁର ରାଉତରାୟ। ସୁରେଶ ରାଉତରାୟ କହିଛନ୍ତି କି, ଜିତିଲା ଭଳି ମୋତେ କାହିଁ ଲାଗୁ ନାହିଁ । ମୁଁ ଏଠି ୩ରୁ ୪ ଦିନ ହେଲା ବୁଲୁଛି। ପ୍ରଚାର କରୁଛି। ଏବେ ପୁରା ନବୀନ ପଟ୍ଟନାୟକଙ୍କ ଜମାନା ଚାଲିଛି। ନବୀନ ୫ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏମିତି ଭାଗ୍ୟ ପୃଥିବୀରେ କାହାର ନାହିଁ ବୋଲି ସୁର କହିଛନ୍ତି।

Share

Leave a Reply

Your email address will not be published. Required fields are marked *

1 × 4 =