କଟକଣା ଭିତରେ ଖୋଲିଲା ସ୍କୁଲ

ଭୁବନେଶ୍ୱର()  କରୋନା କଟକଣା ଭିତରେ ଆଜିଠାରୁ ଖୋଲିଛି ସ୍କୁଲ । କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିଛି । ଏଥିପାଇଁ ନିୟମାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର । ତେବେ କଣ୍ଟେନମେଣ୍ଟ ଜୋନରେ ଥିବା ସ୍କୁଲ ଗୁଡିକୁ ଏଥିରୁ ବାଦ ଦିଆଯାଇଛି । ତେବେ ସ୍କୁଲକୁ ଛାତ୍ରଛାତ୍ରୀ ଆସିବା ନ ଆସିବା ନିଷ୍ପତ୍ତି ଅଭିଭାବକଙ୍କ ହାତରେ ଛଡାଯାଇଛି । ସେହିପରି ସ୍କୁଲକୁ ଆସିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ କରାଯାଉଛି । ସେହିପରି ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ତେବେ ଓଡ଼ିଶାରେ ଦଶହରା ଛୁଟି ପରେ ସ୍କୁଲ ଖୋଲିବାକୁ ଯାଉଛି । ସେହିପରି ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ,ଗୁଜୁରାଟ ଓ ପଶ୍ଚିମବଙ୍ଗ ଭଳି ବିଭିନ୍ନ ରାଜ୍ୟରେ ମଧ୍ୟ ସ୍କୁଲ ଖୋଲିବା ଉପରରେ କଟକଣା ଜାରି ହୋଇଛି । ଅନ୍ୟପଟେ କେନ୍ଦ୍ରଶାସିତ ଅଞ୍ଚଳ ଗୁଡିକରେ ୫୦ ପ୍ରତିଶତ ଶିକ୍ଷକ ଓ କର୍ମଚାରୀରେ ସ୍କୁଲ ଖୋଲିବାକୁ ଅନୁମତି ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen − 2 =