ଆରବିଆଇର ଆକଳନ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ଦୁଇ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି। ଏହି କ୍ଷତି ମୁଖ୍ୟତ ସ୍ଥାନୀୟ ତଥା ରାଜ୍ୟ ସ୍ତରୀୟ ଲକଡାଉନ୍ ର ଚାହିଦା ଉପରେ ପ୍ରତିକୂଳ ପ୍ରଭାବ ଯୋଗୁଁ ହୋଇଛି । ଏହା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ର ଆକଳନ କରିଛି । ଯାହା ଦେଶର ଅର୍ଥନୀତି ଉପରେ ବୁଧବାର ପ୍ରକାଶିତ ରିପୋର୍ଟରେ କରୋନା ମହାମାରୀର ପ୍ରଭାବର ବିସ୍ତୃତ ସମୀକ୍ଷା କରିଛି। ଆରବିଆଇ କହିଛି ଯେ , କରୋନା ଟିକା ଏକ ବଡ ଆବିଷ୍କାର, କିନ୍ତୁ କେବଳ ଟୀକାକରଣ ଏହି ମହାମାରୀକୁ ରୋକିପାରିବ ନାହିଁ। ଆମକୁ କରୋନା ସହିତ ବଞ୍ଚିବାର ଅଭ୍ୟାସ କରିବା ସହିତ ସ୍ୱାସ୍ଥ୍ୟସେବା ଏବଂ ଲଜିଷ୍ଟିକ୍ସରେ ଅଧିକ ବିନିଯୋଗ କରିବାକୁ ସରକାରଙ୍କୁ ପ୍ରାଥମିକତା ଦେବା ଆବଶ୍ୟକ ।

Share

Leave a Reply

Your email address will not be published. Required fields are marked *

2 + eighteen =