ସଚିନଙ୍କ ମନ୍ତବ୍ୟ, ଏହି ଭୁଲ ଲାଗି ଫାଇନାଲ ହାରିଲା ଭାରତ

ସାଉଥମ୍ପଟନ୍‌: ସାଉଥମ୍ପଟନ: ଗତକାଲି ଭାରତ ନ୍ୟୁଜିଲ୍ୟାଣ୍ଡ ଠାରୁ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ହାରିବା ପରେ ମ୍ୟାଚ୍କୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ଦେଖାଦେଇଛି। ବିଶେଷଜ୍ଞମାନେ ମଧ୍ୟ ଏନେଇ ନିଜ ନିଜର ପ୍ରତିକ୍ରିୟା ଦେବା ସହିତ ଟିମ୍ ଇଣ୍ଡିଆର ତ୍ରୁଟି ସମ୍ପର୍କରେ ସୂଚାଇଛନ୍ତି। ଏପରି ସ୍ଥଳେ ଭାରତର କ୍ରିକେଟ୍ ଗଡ୍ ସଚିନ ତେନ୍ଦୁଲକର ମଧ୍ୟ ମ୍ୟାଚ୍କୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଭାରତ କାହିଁକି ନ୍ୟୁଜିଲାଣ୍ଡ ଠାରୁ ପରାଜିତ ହେଲା ତାର କାରଣ କହିଛନ୍ତି ସଚିନ।
ସଚିନ କହିଛନ୍ତି କି, ମୁଁ ପୂର୍ବରୁ କହିଥିଲି କି ରିଜର୍ଭ ଡେ’ର ପ୍ରଥମ ୧୦ ଓଭର ଭାରତ ଲାଗି ମହତ୍ୱପୂର୍ଣ୍ଣ ହେବ । ମାତ୍ର ୧୦ଟି ବଲରେ ଦଳର ଦୁଇ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବିରାଟ ଓ ପୂଜାରା ଆଉଟ ହୋଇଥିଲେ । ଯାହା ଫଳରେ ଦଳ ବଡ଼ ବିପର୍ଯୟର ସମ୍ମୁଖୀନ ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

six + 11 =