ନଜର ପକାନ୍ତୁ ପାଣିପାଗ ବିଭାଗ ଖବର ଉପରେ…

ଭୁବନେଶ୍ୱର: ଆସନ୍ତା ୨୭ତାରିଖ ପର‌୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବ।ଏଥିପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଭିନ୍ନ ଜିଲାକୁ ୟେଲୋ ଜାରି କରିଛି ମାଲକାନଗିରି,କୋରାପୁଟ,ନବରଙ୍ଗପୁର,କଳାହାଣ୍ଡି,ସମ୍ବଲପୁର,ଅନୁଗୁଳ,ଦେବଗଡ,କେଉଁଝର ଓ ଢେଙ୍କାନାଳରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି ।
ଏହା ସହିତ କନ୍ଧମାଳ,ବୌଦ୍ଧ,ସୁନ୍ଦରଗଡ,ମୟୂରଭଞ୍ଜ,କଟକ,ଯାଜପୁର,କେନ୍ଦ୍ରାପଡା,ପୁରୀ,ଖୋର୍ଦ୍ଧା,ଭଦ୍ରକ ଏବଂ ବାଲେଶ୍ବରରେ କିଛି ସ୍ଥାନରେ ହାଲୁକା ବର୍ଷା ସମ୍ଭାବନା ରହିଥିବାରୁ ୟେଲୋ ଚେତାବନୀ ଦେଇଛନ୍ତି ପାଣିପାଗ କେନ୍ଦ୍ର।


ଆସନ୍ତା ୨୪ ଘଣ୍ଟା ପାଇଁ ୨୦ ଜିଲାରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ସେଥିପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି। ଜିଲା ଗୁଡିକ ହେଲା ମାଲକାନଗିରି, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ଦେବଗଡ, ସୁନ୍ଦରଗଡ, ଖୋର୍ଦ୍ଧା, କଟକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ସମ୍ବଳପୁର, ବୌଦ୍ଧ, ବାଲେଶ୍ବର, ଭଦ୍ରକ,କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ, ମୟୂରଭଞ୍ଜ, ଯାଜପୁର । ଏହି ଜିଲାରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୯ ଟି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

Share

Leave a Reply

Your email address will not be published. Required fields are marked *

3 × one =