ପ୍ରେମିକାକୁ ଆଇଫୋନ ଦେବାକୁ ସୋନୁଙ୍କ ସହ ସହଯୋଗ ଲୋଢ଼ିଲେ ପ୍ରେମିକ

ମୁମ୍ବାଇ: ଅଜବ ପ୍ରେମିକ । ପ୍ରେମିକାକୁ ଆଇଫୋନ ଦେବା ଲାଗି ସୋନୁ ସୁଦଙ୍କୁ ମାଗିଲା ସହାୟତା । ନିଜ ଟ୍ୱିଟର ଆକାଉଣ୍ଟରେ ସୋନୁଙ୍କୁ ଟ୍ୱିଟ୍ କରିଛନ୍ତିି ଜଣେ ଯୁବକ । ଯାହାକି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଇଞ୍ଜିନିୟର ଲଡକା ନାମକ ଜଣେ ୟୁଜର୍ସ ସୋନୁଙ୍କ ଲେଖିଛନ୍ତି କି, ମୁଁ ମୋ ଗାର୍ଲଫ୍ରେଣ୍ଡ ଲାଗି ଆଇଫୋନ ମଗାଇବାକୁ ଚାହୁଁଛି । ଅପାଣ କିଛି ସାହାର୍ଯ୍ୟ କରିପାରିବେ କି? ସେପଟେ ରିଟ୍ୱିଟ୍ କରିଛନ୍ତି ସୋନୁ । ସେ ଲେଖିଛନ୍ତି କି, ତୁମକୁ ତ ଜାଣିନାହିଁ । ତଥାପି ତୁମକୁ ଆଇଫୋନ ଦେଲେ କିଛି ରହିବନି । ଏହି ମଜାଳିଆ ଟୁଇଟ୍ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ସୂଚନା ଥାଉକି, ସାଉଥ ଓ ବଲିଉଡ ଫିଲ୍ମରେ ନିଖୁଣ ଖଳନାୟକ ଭୂମିକାରେ ଅଭିନୟ କରି ସମସ୍ତଙ୍କ ମନ ଜିଣିନେଇଥିବା ସୋନୁ ଲକଡାଉନ ସମୟରେ ଅସହାୟଙ୍କୁ ସହଯୋଗ କରି ସମସ୍ତଙ୍କ ହୃଦୟରେ ହିରୋ ପାଲଟି ଯାଇଥିଲେ । ବହୁ ପ୍ରବାସୀଙ୍କୁ ଘରକୁ ଫେରାଇ ଆଣିବା ସହ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି ସୋନୁ ।

Share

Leave a Reply

Your email address will not be published. Required fields are marked *

thirteen − one =