ଯୁଦ୍ଧର ଦ୍ୱିତୀୟ ଦିନରେ ଋଷର ପ୍ରସ୍ତାବ

ଲଢ଼େଇ ଆରମ୍ଭ ପରେ ବଦଳୁଛି କି ପୁଟିନଙ୍କ ମନ ? ଦୁଇ ଦିନର ଯୁଦ୍ଧରେ ୟୁକ୍ରେନରେ ବିପୁଳ କ୍ଷୟକ୍ଷତି ଘଟାଇଛି ଋଷ । ଋଷ ସେନାର ଘନ ଘନ ଆକ୍ରମଣରେ ଅନେକ ପ୍ରାଣ ହରାଇଛନ୍ତି । ଆକ୍ରମଣ ଏବେବି ଜାରି ରହିଥିବା ବେଳେ ଯୁଦ୍ଧର ଦ୍ୱିତୀୟ ଦିନରେ ୟୁକ୍ରେନ୍ ଆଗରେ ପ୍ରସ୍ତାବ ରଖିଛି ଋଷ । ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଯଦି ୟୁକ୍ରେନ୍ ସୈନ୍ୟ ଅସ୍ତ୍ରଶସ୍ତ୍ର ଛାଡ଼ି ଦେବେ ତ ଆମେ ଆଲୋଚନା କରିବୁ ।

ଗୁରୁବାର ଠାରୁ ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣ ପରେ ଋଷ ବଡ଼ ପ୍ରସ୍ତାବ ଦେଇଛି । ବିଶେଷଜ୍ଞଙ୍କ ଅନୁସାରେ, ୟୁକ୍ରେନ୍ ଶୀଘ୍ର ଏହି ପ୍ରସ୍ତାବରେ ରାଜି ହେବ ନାହିଁ । କିନ୍ତୁ ଯୁଦ୍ଧ ସ୍ଥିତିକୁ ଦେଖିଲେ ଲାଗୁଛି ପରିଶେଷର ଏହା ହିଁ ସମାଧାନର ରାସ୍ତା । ପୂର୍ବରୁ ଏହି ରଣନୀତିରେ ଋଷ ଥିଲା । ତେବେ ଋଷର ଏହି ପ୍ରସ୍ତାବ ଉପରେ ଏଯାଏ ୟୁକ୍ରେନ୍ କୌଣସି ମତ ରଖିନାହିଁ ।

ଋଷ ବୈଦେଶିକ ମନ୍ତ୍ରୀ କହିଛନ୍ତି, ଋଷ ସେନା ୟୁକ୍ରେନର ଜନବସତି ଅଞ୍ଚଳରେ କୌଣସି ଆକ୍ରମଣ କରି ନାହିଁ । ଏପରିକି ୟୁକ୍ରେନରେ ଥିବା ଭିତ୍ତିଭୂମି ମଧ୍ୟ ନଷ୍ଟ କରାଯାଉ ନାହିଁ । ଅନ୍ୟପଟେ ଋଷର ଆକ୍ରମଣକୁ ବିରୋଧ ଆରମ୍ଭ ହୋଇଛି । ଖୋଦ୍ ଋଷ ନାଗରିକ ରାସ୍ତାରେ ପୁଟିନଙ୍କ ଆକ୍ରମଣ ନୀତିକୁ ବିରୋଧ କରି ବିକ୍ଷୋଭ କରିଛନ୍ତି ।

ଏବେ ୟୁକ୍ରେନରେ ସ୍ଥିତି ବେଶ୍ ଉତ୍ତେଜନାପୂର୍ଣ୍ଣ ରହିଛି । ଆକ୍ରମଣ ଯୋଗୁ ବେଶ୍ କ୍ଷତି ସହିଲାଣି ୟୁକ୍ରେନ୍ । ସ୍ନେକ ଆଇଲାଣ୍ଡର ଦ୍ୱୀପରେ ୟୁକ୍ରେନର ୧୩ ସୈନିକଙ୍କୁ ଋଷ ହତ୍ୟା କରିଛି ।

Share

Leave a Reply

Your email address will not be published. Required fields are marked *

one × five =