ରୋହିତ ଓ ରାହୁଲଙ୍କ ଶତକ

ବିଶାଖାପାଟଣା() ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଶତକ ହାସଲ କରିଛନ୍ତି।

ରୋହିତ ମାତ୍ର ୧୦୭ଟି ବଲରେ ଶତକ ହାସଲ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରରେ ୨୮ତମ ଶତକ। ଏହି ଶତକୀୟ ଇନିଂସରେ ରୋହିତ ୧୧ଟି ଚୌକା ଓ ୨ଟି ଛକା ମାରିଛନ୍ତି। ସର୍ବାଧିକ ଦିନିକିଆ ଶତକ ହାସଲ କରିଥିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସେ ଏବେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ସଚିନ ତେନ୍ଦୁଲକର (୫୧ ଶତକ) ଓ ବିରାଟ କୋହଲି (୪୩) ପ୍ରଥମ ଦୁଇ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରେ କେଏଲ ରାହୁଲ ମଧ୍ୟ ଅଲଜାରି ଯୋଜେଫଙ୍କୁ ଚୌକା ମାରି ତାଙ୍କ ଦିନିକିଆ କ୍ୟାରିୟରର ୩ୟ ଶତକ ହାସଲ କରିଥିଲେ।

Share

Leave a Reply

Your email address will not be published. Required fields are marked *

seven + 7 =