ଭାଇ ସାମନାରେ ଉଭଣୀକୁ ଦୁଷ୍କର୍ମ କଲା ଦୁର୍ବୃତ୍ତ

ଜୟପୁର: ଥମିବାର ନାଁ ଧରୁନି ଲଜ୍ଜା । ଭାଇକୁ ତାଲା ପକାଇ ଭଉଣୀକୁ ଦୁଷ୍କର୍ମ କଲା ଅଭିଯୁକ୍ତ । ରାଜସ୍ଥାନ ଚିଡ଼ାୱା ପୋଲିସ ଷ୍ଟେସନ ଅଞ୍ଚଳରୁ ଆସିଛି ଏଭଳି ଖବର । ଘରେ କେହି ନଥିବାର ସୁଯୋଗ ନେଇ ସରୋଜ ନାମକ ଜଣେ ଯୁବକ ୧୪ ବର୍ଷୀୟା ନାବାଳିକାକୁ ଦୁଷ୍କର୍ମ କରୁଥିଲା । ଚିତ୍କାର ଶୁଣି ନାବାଳିକାଙ୍କ ୧୯ ବର୍ଷୀୟା ଭାଇ ଘରେ ପହଞ୍ଚି ଥିଲେ । ତେବେ ଦୁବୁତ୍ତ ତାଙ୍କୁ ତାଲା ପକାଇ ଘରେ ଦୁଷ୍କର୍ମ କରିଥିଲା । ଯେତେ ଡାକିଥିଲେ ସୁଦ୍ଧା କବାଟ ଖୋଲି ନଥିଲା । ସାଇ ପଡିଶାଙ୍କୁ ଡାକିବାକୁ ଯାଇଥିବା ବେଳେ ଅଭିଯୁକ୍ତ ଖସି ପଳାଇଥିଲା । ତେବେ ପରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ସରୋଜକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି ।

Share

Leave a Reply

Your email address will not be published. Required fields are marked *

twelve − eight =