ଆସନ୍ତାକାଲିଠାରୁ ରାଜ୍ୟରେ ଭୋଟ ଗଣତି

ଆସନ୍ତାକାଲିଠୁ ପଞ୍ଚାୟତ ନିର୍ବାଚନ କାଉଣ୍ଟିଂ । ଆସିବ ପ୍ରାର୍ଥୀଙ୍କ ନିର୍ବାଚନ ଭାଗ୍ୟ ଫଳ । ରାଜ୍ୟର ୩୧୪ ବ୍ଲକରେ ଜିଲ୍ଲା ପରିଷଦ ଜୋନଓ୍ୱାରୀ ଗଣତି ଏବଂ ଫଳାଫଳ ବାହାରିବ । ପ୍ରଥମ ଦିନରେ ସକାଳ ୮ଟାରୁ ୩୦ ଜିଲ୍ଲାର ୩୧୫ ଜୋନରେ ଗଣତି ଆରମ୍ଭ ହେବ । ଦ୍ବିତୀୟ ଦିନରେ ୩୦୭ ଜୋନ୍ ଏବଂ ଶେଷ ଦିନରେ ୨୨୯ ଜିଲ୍ଲା ପରିଷଦ ଜୋନର ଗଣତି ହେବ । ପ୍ରତି ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ଥିବା ପଞ୍ଚାୟତର ଓ୍ବାର୍ଡଓ୍ବାରୀ ଗଣତି ହେବ ।
ପ୍ରତି ପଞ୍ଚାୟତରେ ସର୍ବନିମ୍ନ ୧୧ ଏବଂ ସର୍ବାଧିକ ୨୫ଟି ଓ୍ବାର୍ଡ ରହିଛି । ସେହି ଅନୁସାରେ ପ୍ରତି ବ୍ଲକରେ ଥିବା କାଉଣ୍ଟିଂ ହଲରେ ୬ଟି ଟେବୁଲ ରହିବ । ପ୍ରଥମେ ବାଲଟ ବାକ୍ସ ଖୋଲିବା ପରେ ଏଜେଣ୍ଟଙ୍କ ଆଗରେ ସିଲ୍ ଖୋଲାଯିବ । ଏହା ପରେ ଓ୍ବାର୍ଡ ମେମ୍ବର ପାଇଁ ହଳଦିଆ, ସରପଞ୍ଚ ପାଇଁ ଗୋଲାପି, ସମିତି ସଭ୍ୟ ପାଇଁ ନୀଳ ଏବଂ ଜିଲ୍ଲା ପରିଷଦ ପାଇଁ ଧଳା ବାଲଟ ପେପରକୁ ଅଲଗା କରି ୫୦ ଟିକିଆ ବଣ୍ଡଲ କରାଯିବ। ପ୍ରଥମ ରାଉଣ୍ଡ ପରେ ଓ୍ବାର୍ଡମେମ୍ବରଙ୍କ ଗଣତି ଓ ଫଳାଫଳ ବାହାରିବ । କାଉଣ୍ଟିଂ ବେଳେ ପ୍ରାର୍ଥୀଙ୍କ ଏଜେଣ୍ଟ ପ୍ରବେଶ ନେଇ କଟକଣା କୋହଳ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ପୂର୍ବରୁ ଆରିଟିପିସିଆର୍ ଏବଂ ଆଣ୍ଟିଜେନ୍ ଟେଷ୍ଟିଂ ରିପୋର୍ଟ ବାଧ୍ୟତାମୂଳକ କରାଯାଇଥିବା ବେଳେ ଏବେ ସ୍ଥିତି ସୁଧୁରିଥିବାରୁ କେବଳ ଡବଲ ଡୋଜ୍ ଟିକାର ପ୍ରମାଣପତ୍ର ଦେଖାଇଲେ କାଉଣ୍ଟିଂ ହଲକୁ ପ୍ରବେଶ କରିପାରିବେ ଏଜେଣ୍ଟ । ପ୍ରଥମ ଥର ପାଇଁ ବ୍ଲକ ଅଫିସରେ ଗଣତି ହେଉଥିବା ବେଳେ ବିଡିଓ ଓ କାଉଣ୍ଟିଂ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen + 1 =