ଫାଶି ପୂର୍ବରୁ କାନ୍ଦି କାନ୍ଦି ଏମିତି କଥା କହିଲା ନିର୍ଭୟା ଦୋଷୀ

ନୂଆଦିଲ୍ଲୀ()ଆଜି ସକାଳ ସାଢ଼େ ୫ଟାରେ ନିର୍ଭୟା ନରପିଶାଚଙ୍କୁ ଫାଶୀ ଦିଆଯାଇଛି । ତେବେ ଫାଶୀ ପୂର୍ବରୁ ଜେଲ ବାହାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା ।

ଫାଶୀ ପୂର୍ବରୁ ତିହାର ଜେଲର ଅନେକ ଅଧିକାରୀ ଫାଶୀ ଦିଆଯାଉଥିବା କକ୍ଷକୁ ପହଞ୍ଚିଥିଲେ । ଦୋଷୀଙ୍କୁ ସକାଳ ୪ଟାରେ ଉଠାଇବା ସହ ଗାଧୋଇବା ସହ ନୂଆ ପୋଷାକ ପିନ୍ଧିବାକୁ ଦିଆଯାଇଥିଲା । ଆଉ ତା’ପରେ ଅଭିଯୁକ୍ତଙ୍କୁ ଚା, ନାସ୍ତା ପାଇଁ ପଚାରା ଯାଇଥିଲା । ତେବେ କୌଣସି ବି ଦୋଷୀ ସକାଳ ଜଳଖିଆ କରିନଥିଲେ । ଦୋଷୀ ବିନିୟ ପୋଷାକ ବଦଳାଇବା ପାଇଁ ମନା କରିଦେଇଥିଲା । ତେବେ ମୃତ୍ୟୁକୁ ଆଖି ଆଗରେ ଦେଖି କାନ୍ଦିବା ଆରମ୍ଭ କରିଦେଇଥିଲା ଅଭିଯୁକ୍ତ ବିନିୟ । କାନ୍ଦି କାନ୍ଦି ନିଜ କୃତକର୍ମ ପାଇଁ ଭୁଲ ମାଗିଲା । ଆଉ ତା’ପରେ ଜେଲ ପ୍ରଶାସନ ଦୋଷୀଙ୍କୁ ଶେଷ ଇଚ୍ଛା ପଚାରିଥିଲେ । ହେଲେ କେହି ସେମାନଙ୍କ ଶେଷ ଇଚ୍ଛା କହି ନଥିଲେ। ଆଉ ଠିକ ସାଢ଼େ ୫ଟାରେ ତିହାର ଜେଲାରେ ଫାଶୀ କ’ରେ ଫାଶଈରେ ଚାରି ଅଭିଯୁକ୍ତଙ୍କୁ ଝୁଲାଇ ଦିଆଗଲା ।

Share

Leave a Reply

Your email address will not be published. Required fields are marked *

4 × 3 =