ନ୍ୟାୟ ପାଇଲା ନିର୍ଭୟା , ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୁଷ୍କର୍ମକାରୀ

ନୂଆଦିଲ୍ଲୀ() ନ୍ୟାୟ ପାଇଲା ନିର୍ଭୟା । ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୁଷ୍କର୍ମକାରୀ । ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ମଣିଷରୂପୀ ଏହି ନରରାକ୍ଷସ ମାନଙ୍କୁ ତିହାର ଜେଲର ଫାଶୀଖୁଂଟ ମୃତ୍ୟୁର କୋଳକୁ ଠେଲିଦେଇଛି । ମିରଟରୁ ଆସିଥିବା ଜହ୍ଲାଦ ପବନ ମଣିଷରୂପୀ ୪ ନରରାକ୍ଷସଙ୍କୁ ଫାଶୀ ଦେଇଛନ୍ତି । ୨୦୧୨ ଡିସେମ୍ବର ୧୬ ତାରିଖରେ ନିର୍ଭୟାକାଣ୍ଡ ଘଟିଥିବା ବେଳେ ୭ ବର୍ଷ ୩ ମାସ ପରେ ନିର୍ଭୟାଙ୍କୁ ନ୍ୟାୟ ମିଳିଛି ।

ଫାଶୀ ପୂର୍ବରୁ ଶୋଇପାରିନଥିଲେ ନିର୍ଭୟା ଅଭିଯୁକ୍ତ । ମୃତ୍ୟୁର ଡର ସାରା ରାତି ସେମାନଙ୍କୁ ଶୁଆଇ ଦେଇନଥିଲା । ସୂଚନା ଅନୁସାରେ ଫାଶୀ ପୂର୍ବରୁ ତିହାର ଜେଲର କଏଦୀ ମାନେ ମଧ୍ୟ ସମୟ ପୂର୍ବରୁ ଉଠିଯାଇଥିଲେ । କାରଣ ତିହାର ଜେଲ ଇତିହାସରେ ପ୍ରଥମ ଥର ପାଇଁ ସମସ୍ତ ସୂଚନା ଥାଇ ଚାରି ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା । ଫାଶୀ ପାଇଁ ସମୟ ପୂର୍ବରୁ ସବୁ କିଛି ସ୍ଥିର ଥିଲା । ଜହ୍ଲାଦ ବି ପ୍ରସ୍ତୁତ ଥିଲେ । ଆଉ ଏଥିପାଇଁ ବାକି କଏଦୀମାନେ ମଧ୍ୟ ଶୋଇ ପାରିନଥିଲେ ।

Share

Leave a Reply

Your email address will not be published. Required fields are marked *

seventeen + one =