ସ୍କଟଲ୍ୟାଣ୍ଡ ବିପକ୍ଷରେ ବଡ଼ ବିଜୟ ଲକ୍ଷ୍ୟରେ ରହିବ ଭାରତ

ଦୁବାଇ: ଟିମ୍ ଇଣ୍ଡିଆ ଆଜି ଟି-୨୦ ବିଶ୍ୱକପରେ ସ୍କଟଲାଣ୍ଡକୁ ଭେଟିବ | ସେମିଫାଇନାଲ ଆଶା ଉଜ୍ଜୀବିତ ରଖିବା ପାଇଁ ଭାରତକୁ ସ୍କଟଲାଣ୍ଡ ବିପକ୍ଷରେ ଏକ ବଡ଼ ବିଜୟ ହାସଲ କରିବାକୁ ପଡିବ । ଏହା ବ୍ୟତୀତ ରୋହିତ ଶର୍ମା, ଜସପ୍ରୀତ ବୁମ୍ରା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଏହି ମ୍ୟାଚରେ କିଛି ବଡ଼ ରେକର୍ଡ କରିବା ସମ୍ଭାବନା ରହିଛି। ଗତ ମ୍ୟାଚରେ ଆଫଗାନିସ୍ତାନକୁ ୬୬ ରନରେ ହରାଇ ଭାରତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ହାସଲ କରିଥିଲା । ଉକ୍ତ ମ୍ୟାଚରେ ୭୪ ର ଇନିଂସ ଖେଳିବା ପରେ ରୋହିତ ଶର୍ମା ଫର୍ମକୁ ଫେରିଥିବା ସଙ୍କେତ ଦେଇଛନ୍ତି। ଯଦି ରୋହିତ ସ୍କଟଲ୍ୟାଣ୍ଡ ବିପକ୍ଷରେ ୪୮ ରୁ ଅଧିକ ରନ୍ କରନ୍ତି, ତେବେ ସେ ଟି-୨୦ ଇଣ୍ଟରନ୍ୟାସନାଲରେ ୩୦୦୦ ରନ୍ ପୂରଣ କରିବେ ।

Share

Leave a Reply

Your email address will not be published. Required fields are marked *

seventeen + 5 =