ପ୍ରଧାନମନ୍ତ୍ରୀ କୃଷକ ଯୋଜନାରେ ସହୟତା ରାଶି 10ହଜାରକୁ ବଢାଇବାକୁ ଦାବି

ଭୁବନେଶ୍ବର ()  ଚାଷୀଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ଯୋଜନାରେ ଭୂମିହୀନ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକଙ୍କୁ ସମ୍ପର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ସେମାନଙ୍କ ପାଇଁ କେନ୍ଦ୍ରୀୟ ଯୋଜନାରେ କୌଣସି ସହାୟତା ବ୍ୟବସ୍ଥା ନଥିବା ଦୁଃଖର ବିଷୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ବର୍ଷକୁ 6ହଜାର ନୁହେଁ, 10ହଜାର ଟଙ୍କା ଚାଷୀଙ୍କୁ ଦେବାକୁ ସେ ଦାବି କରିଛନ୍ତି ।

ଆଜି ପୁରୀ ଜିଲ୍ଲାର କଣାସ ଓ ବ୍ରହ୍ମଗିରିର କେରାଣ୍ଡିଆ ଠାରେ ଆୟୋଜିତ ସଭାରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଭୁମିହୀନ ଚାଷୀ, ଭାଗଚାଷୀ ଓ କୃଷି ଶ୍ରମିକଙ୍କ ସ୍ବାର୍ଥ ଯେପରି ସୁରକ୍ଷିତ ରହେ, ସେମାନେ ଯେପରି ଅନ୍ୟମାନଙ୍କ ପରି ସହାୟତା ପାଇବେ, ତାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ବେଶ ଲୋକପ୍ରିୟ ହୋଇଛି । ଏଥିରେ ଛୋଟ ଚାଷୀ, ଭାଗଚାଷୀ, ଭୂମିହୀନ ଚାଷୀ ଓ କୃଷି ଶ୍ରମିକ ସମସ୍ତଙ୍କ ସ୍ବାର୍ଥ୍ୟ ରକ୍ଷା କରାଯାଇଛି । ସ୍ବାଭୀମାନ ସହ ବଞ୍ଚିବାକୁ ଚାଷୀଙ୍କୁ କାଳିଆ ଯୋଜନା ସାହସ ଦେଇଛି । ଆମ କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ବର୍ତ୍ତମାନ ସୁଦ୍ଧା 16 ଲକ୍ଷ ଚାଷୀ ଏହି ଯୋଜନାର ସୁଫଳ ପାଇଥିବା ବେଳେ ଆସନ୍ତାକାଲି ଆଉ 10 ଲକ୍ଷ ଚାଷୀ ଏହି ଯୋଜନାରେ ସାମିଲ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଜଣେ ବି ଯୋଗ୍ୟ ଚାଷୀ ଯେପରି ବାଦ ନପଡନ୍ତି, ତା ଉପରେ ମୁଁ ନଜର ରଖିଛି । ସେହିପରି କାଳିଆ ଯୋଜନା ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇ ହୋଇଥିବା କାଳିଆ ଛାତ୍ରବୃତ୍ତି ଯୋଜନା, ବିନା ସୁଧରେ ଚାଷୀଙ୍କୁ ଋଣ, ବିନା ସୁଧରେ ମିଶନ ଶକ୍ତି ମା’ମାନଙ୍କୁ ଋଣ ଆଦି ରାଜ୍ୟ ସରକାରଙ୍କ ପଦକ୍ଷେପର ସୁବିଧା ନେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କଣାସ ଠାରେ 251 କୋଟି ଏବଂ ବ୍ରହ୍ମଗିରିଠାରେ 271 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ କରିଥିଲେ ।

Share

Leave a Reply

Your email address will not be published. Required fields are marked *

eighteen + thirteen =