ମିକ୍ସଡ ଡବଲ୍ସରେ ସୌରଭ-ମନୁଙ୍କୁ ସ୍ୱର୍ଣ୍ଣ

ଦିଲ୍ଲୀର କର୍ଣ୍ଣି ସିଂହ ଶୁଟିଂ ରେଞ୍ଜରେ •ଲିଥିବା ଅ ।ଇଏସଏସଏଫ ୱାର୍ଲ୍ଡ କପ୍ରେ ଭାରତର ସୌରଭ ଚୌଧୁରୀ ଓ ମନୁ ଭାକରଙ୍କ ଯୋଡ଼ÿି ୧୦ ମିଟର ଏୟାର ପିସ୍ତଲ ମିrଡ୍ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଦିଲ୍ଲୀରେ •ଲିଥିବା ଏହି •ମ୍ପିଅନଶିପର ବୁଧବାର ଅନ୍ତିମ ଦିବସରେ ଏହି ଯୋଢ଼ି ୪୮୩.୪ ପଏଣ୍ଟ ସହ ଶୀର୍ଷରେ ରହିଥିଲେ ।

ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ୩ ସ୍ୱର୍ଣ୍ଣ ସହ ଅଭିଯାନ ଶେଷ କରିଛି । ତେବେ ଅଲିମ୍ପିକ୍ ଭାରତ ମାତ୍ର ଗୋଟିଏ କୋଟା ହାସଲ କରିବାକୁ ସକ୍ଷମ ହୋଇଛି । ସିନିୟର ବିଶ୍ୱକପ୍ରେ ସୌରଭଙ୍କ ଏହା ଦ୍ୱିତୀୟ ପଦକ । ତେବେ ମିrଡ ଟିମ ଇଭେଣ୍ଟରେ ତାଙ୍କର ଏହା ପ୍ରଥମ ପଦକ ।ଏହା ପୂର୍ବରୁ ଟୁର୍ଣ୍ଣାମେଣ୍ଟରେ ସୌରଭ ପୁରୁଷଙ୍କ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ୱାର୍ଲ୍ଡ ରେକର୍ଡ ୨୪୫.୦ ପଏଣ୍ଟ ସହ ସ୍ୱର୍ଣ୍ଣ ପଦକ ଜିତିଥିଲେ ।ଏହାସହ ସେ ଟୋକିଓ ଅଲିମ୍ପିକ୍-୨୦୨୦ରେ ଭାରତ ପାଇଁ କୋଟା ମଧ୍ୟ ହାସଲ କରିଥିଲେ । ଅନ୍ୟପକ୍ଷରେ ମନୁ ଭାକର ମହିଳାଙ୍କ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ପଞ୍ଚମ ସ୍ଥାନରେ ରହିଥିଲେ । ୧୦ ମିଟର ଏୟାର ପିସ୍ତଲ ମିrଡ୍ ଟିମ୍ ଇଭେଣ୍ଟରେ ଚୀନ ଯୋଢ଼ି ରାନଜିନ୍ ଜିଅ ।ଙ୍ଗ ଓ ବୋନେ୍ ଝାଙ୍ଗ୍ ୪୭୭.୭ ପଏଣ୍ଟ ସହ ରୌପ୍ୟ ଏବଂ କୋରିଅ । ଯୋଡ଼ÿି ମିନଜୁଙ୍ଗ୍ କିମ୍ ଓ ଡାଇହୁନ୍ ପାର୍କ ୪୧୮.୮ ପଏଣ୍ଟ ସହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ଇଭେଣ୍ଟର ଫାଇନାଲ ପର୍ଯ୍ୟନ୍ତ ଭାରତୀୟ ଯୋଢ଼ି ଦବଦବା ଦେଖାଇଥିଲେ । ଅନ୍ୟ ଭାରତୀୟ ଟିମ୍ ମଧ୍ୟରୁ ହୀନା ସିଦ୍ଧୁ ଓ ଅଭିଷେକ ବର୍ମା କ୍ୱାଲିଫିକେସନରୁ ଅ ।ଗକୁ ବଢ଼ÿିପାରିନଥିଲେ ।
ସେହିପରି ରବି କୁମାର ଓ ଅଞ୍ଜୁମ ମୁଗଦିଲ ଏବଂ ଅପୂର୍ବୀ •ନେ୍ଦଲା ଓ ଦୀପକ କୁମାରଙ୍କ ଯୋଢ଼ି ଯଥାକ୍ରମେ ସପ୍ତମ ଓ ୨୫ତମ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ । ଚଳିତ ଟୁର୍ଣ୍ଣାମେଣ୍ଟରେ ଭାରତ ତିନୋଟି ସ୍ୱର୍ଣ୍ଣ ଜିତି ହଙ୍ଗେରୀ ସହ ଶୀର୍ଷରେ ରହିଛି ଟୁର୍ଣ୍ଣାମେଣ୍ଟରେ ୧୪ଟି ଅଲିମ୍ପିକ କୋଟା ଥିବା ବେଳେ ଭାରତ ମାତ୍ର ଗୋଟିଏ ହିଁ ହାସଲ କରିପାରିଛି ।

Share

Leave a Reply

Your email address will not be published. Required fields are marked *

three × two =