ସୋଆ ପ୍ରତିଷ୍ଠାତା ସଭାପତିଙ୍କ ମାତୃବିୟୋଗ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ମାତା ଶ୍ରୀମତୀ ସତ୍ୟଭାମା ନାୟକଙ୍କ ଗୁରୁବାର ଅପରାହ୍ନରେ ୧୨.୧୦ ମିନିଟ ସମୟରେ ବିୟୋଗ ଘଟିଛି । ଭୁବନେଶ୍ୱର ସ୍ଥିତ କଳିଙ୍ଗ ବିହାର ବାସଭବନରେ ହୃଦଘାତରେ ମୃତ୍ୟୁବରଣ କରିଛନ୍ତି ସତ୍ୟଭାମା । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ବ୍ୟାଧିରେ ପୀଡିତ ଥିଲେ ।
ସେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଫୁଲପାଟଣା (ବଲୁରିଆ ) ଗ୍ରାମର ସ୍ୱର୍ଗତଃ ଦୈତାରୀ ନାୟକଙ୍କ ପତ୍ନୀ । ତାଙ୍କର ଛଅ ପୁଅ ଓ ତିନି ଝିଅ ଅଛନ୍ତି । ପ୍ରଫେସର ନାୟକ ତାଙ୍କର ଦ୍ୱିତୀୟ ପୁତ୍ର ।ମୃତ୍ୟୁଶଯ୍ୟା ନିକଟରେ ପରିବାରର ସଦସ୍ୟା ମାନେ ଉପସ୍ଥିତ ଥିଲେ

Share

Leave a Reply

Your email address will not be published. Required fields are marked *

two × four =