କେରଳରେ ବର୍ଷା ବିତ୍ପାତ

ଥିରୁବନ୍ତପୁରମ୍: କେରଳରେ ଭାରୀ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହେବା ସହିତ ୧୨ ଜଣ ନିଖୋଜ ଅଛନ୍ତି । ବର୍ଷା ଲୋକଙ୍କ ଚିନ୍ତା ବଢେଇ ଦେଇଛି । ଏହାର ସବୁଠୁ ଅଧିକ ପ୍ରଭାବ କୁଟ୍ଟିକ୍କଲ, କୋଟ୍ଟୟମ, ଇଡ୍ଡକି ଓ କୋକ୍କୟରରେ ଦେଖିବାକୁ ମିଳିଛି । କେରଳ ସରକାର ମନ୍ତ୍ରୀ ବିଏନ୍ ବାସବାନ କହିଛନ୍ତି ଯେ ବର୍ଷା ଯୋଗୁଁ ଲ୍ୟାଣ୍ଡସ୍ଲାଇଡ୍ ହୋଇଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ସରକାର ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ତେବେ ୧୨ ଜଣ ନିଖୋଜ ହେବା ଖବର ମଧ୍ୟ ରହିଛି ।

କହିରଖୁଛୁ ଭାରତୀୟ ପାଣିପାଗ ବିଭାଗ ଶନିବାର କେରଳର ୫ ଜିଲ୍ଲୀରେ ରେଡ୍ ଆଲର୍ଟ ଜାରି କରିଥିଲା । ସେହିଭଳି ୭ ଜିଲ୍ଲାରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏହା ବ୍ୟତୀତ ୨ ଜିଲ୍ଲାରେ ୟେଲୋ ଆଲର୍ଟ ଜାରି କରାଯାଇଛି । କହିରଖୁଛୁ ଭାରୀ ବର୍ଷା ଯୋଗୁଁ କେରଳରେ ରେସ୍କ୍ୟୁ ଅପରେସନ ପାଇଁ ଏନଡିଆରଏଫର ୧୧, ସେନାର ୨ ଏବଂ ଡିଏସସିର ୨ଟି ଟିମ୍ ନିଯୁକ୍ତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

eleven + 10 =