ଭୋଟ ଗ୍ରହଣ ସମୟରେ ଆଚରଣ ବିଧିର ଉଲଂଘନ କରିଛନ୍ତି ଧର୍ମେନ୍ଦ୍ର ଓ ଅପରାଜିତା

ଭୁବନେଶ୍ବର() କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ଭୁବନେଶ୍ବର ଲୋକସଭା ସାଂସଦ ଅପରାଜିତ ଷଢଙ୍ଗୀ ନିର୍ବାଚନ ଆଚରଣ ବିଧିର ବାରମ୍ବାର ଉଲଂଘନ କରୁଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ବାରମ୍ବାର ନିର୍ବାଚନୀ ଆଚରଣ ବିଧି ଉଲ୍ଲଂଘନ କରୁଥିବା ବେଳେ ତାଙ୍କ ବିରୋଧରେ ବାରମ୍ବାର ବିଜେଡି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି । କେନ୍ଦ୍ରମନ୍ତ୍ରୀ ପୋଲିଂ ବୁଥରେ ଭୋଟରଙ୍କୁ ପ୍ରବର୍ତ୍ତାଇଛନ୍ତି, ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ 7 ଦିନ ପାଇଁ ପ୍ରଚାରରୁ ବ୍ୟାନ କରିବାକୁ ବିଜେଡି ଦାବି କରିଛି ।

ତୃତୀୟ ପର୍ଯ୍ୟାୟ ମତଦାନ ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭୋଟ ଦେବା ପରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେବା ବାହାନାରେ ବିଜେପି ପ୍ରଚାର କରିଥିଛନ୍ତି । ଆଉ ତାହା ମଧ୍ୟ ଏକ ନିର୍ଦ୍ଦିଷ୍ଟ ଚ୍ୟାନେଲରେ ପ୍ରସାରିତ ହୋଇଛି । ବୁଥ ମଧ୍ୟରେ ଏଭଳି ପ୍ରଚାର ନିର୍ବାଚନ ଆଚରଣ ବିଧିର ଉଲଂଘନ ବୋଲି ଅଭିଯୋଗ କରି ବିଜେଡି ସେ ଗଣମାଧ୍ୟମକୁ ଦେଇଥିବା ବାଇଟର କ୍ଲିପିଂ ଏକ ପେନ ଡ୍ରାଇଭରେ ପ୍ରଦାନ କରିଛି ।

ପୂର୍ବରୁ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁରେ ଫ୍ଲାଇଂ ସ୍କ୍ବାର୍ଡ ଅଧିକାରୀଙ୍କ କାର୍ଯ୍ୟରେ ବାଧା ଦେବା ଘଟଣା ଭଳି ଅନେକ ଅଭିଯୋଗ ହୋଇଥିଲେ ମଧ୍ୟ ତାହାର ତଦନ୍ତ ହେଉନାହିଁ କି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ତେଣୁ ଯେତେବେଳେ ନିର୍ବାଚନୀ ସମୟରେ ଓଡ଼ିଶାରେ ଆଚରଣ ବିଧି ବଳବତ୍ତର ଥିଲେ ବି ତାହାକୁ ବାରମ୍ବାର ଖୋଲା ଖୋଲି ଉଲ୍ଲଘଂନ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତେଣୁ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସିଇଓଙ୍କୁ ନିକଟରେ ଫେରାଦ ହୋଇ ବିଜେଡି ଅଭିଯୋଗ କରିଛି ।

ସେହିଭଳି ଦଳର ସାଂସଦ ପ୍ରାର୍ଥୀ ଅପରାଜିତ ଷଢଙ୍ଗୀ ବିଭିନ୍ନ ବୁଥ ବୁଲିବା ବାହାନାରେ ନିଜର 20ରୁ 25 ସମର୍ଥକଙ୍କ ସହ ବୁଥକୁ ପ୍ରବେଶ କରୁଛନ୍ତି । ଏହା ଆଚରଣ ବିଧିର ଉଲଂଘନ । ଆଜି ଅପରାହ୍ନ 2ଟାରୁ 3ଟା ମଧ୍ୟରେ ସେ ନିଜ ସମର୍ଥକଙ୍କ ସହ ଆଇଆରସି ଭିଲେଜ ଅଂଚଳର ଏକ ବୁଥ ମଧ୍ୟକୁ ପ୍ରବେଶ କରିଥିଲେ । ଏବଂ ସେଠାରେ ଉପସ୍ଥିତ ଥିବା ପୋଲିଂ ଅଧିକାରୀ ନିରବଦ୍ରଷ୍ଟା ହୋଇରହିଥିଲେ । ସେ ନିଜ ସମର୍ଥକଙ୍କ ସହ ବୁଥ ମଧ୍ୟରେ ବୁଲିବା ଭୋଟରଙ୍କୁ ପ୍ରଭାବିତ କରିଛି । ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେଡି ।

Share

Leave a Reply

Your email address will not be published. Required fields are marked *

15 + 12 =