ରାଜଧାନୀର ପୂଜା ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା

ଭୁବନେଶ୍ବର()  ଧରାବତରଣ କରିଛନ୍ତି ମାଆ ଜଗତଜନନୀ । ଆଜି ପୀଠରେ ମହଷ୍ଟମୀ ପୂଜା ଚାଲିଥିବା ବେଳେ ମଣ୍ଡପରେ ଚାଲିଛି ମହାସପ୍ତମୀ ପୂଜା ।

ସେପଟେ ରାସ୍ତାଘାଟ ଆଲୁଅରେ ବିଛେଇ ହୋଇଛି । ରାଜଧାନୀ ଭୁବନେଶ୍ବର, କଟକ ସମେତ ରାଜ୍ୟର ବିଭିନ୍ନ ସହର ଓ ପୁରପଲ୍ଲୀରେ ଶ୍ରଦ୍ଧା ଓ ଭକ୍ତିର ସହ ଜଗତଜନନୀଙ୍କ ଆବାହନ କରାଯାଉଛି ।

ରାଜଧାନୀ ଭୁବନେଶ୍ୱରର ଏଥର ୧୭୧ଟି ସ୍ଥାନରେ ମାଆଙ୍କ ପୂଜା ଅନୁଷ୍ଠିତ ହେଉଛି । ତଥାପି କେତେକ ପ୍ରମୁଖ ସ୍ଥାନର ବିଶାଳ ତୋରଣ ଉପରେ ସମସ୍ତଙ୍କ ନଜର ରହିଛି । ସେପଟେ ତାରକାସୀ କାମ ପାଇଁ ପ୍ରସିଦ୍ଧ କଟକ ସହରରେ ବିଭିନ୍ନ ପୂଜା ମଣ୍ଡପର ସୁନା ଓ ରୁପାମେଢ ଉପରେ ମଧ୍ୟ ରହିଛି ଶ୍ରଦ୍ଧାଳୁଙ୍କ ଆଗ୍ରହ । ଏଠାରେ ପ୍ରାୟ ୧୬୫ଟି ମଣ୍ଡପରେ ମାଆଙ୍କ ଆରାଧନା କରାଯାଉଛି ।

ପୂଜା ପାଇଁ ସୁରକ୍ଷା ବ୍ୟବସ୍ଥା କଡା ହୋଇଛି । ରାତି ୧୨ଟା ସୁଦ୍ଧା ମେଲୋଡି କାର୍ୟ୍ୟକ୍ରମ ଶେଷ କରିବାକୁ ନିର୍ଦେଶନାମା ଜାରି କରିଛି ପୋଲିସ ।

Share

Leave a Reply

Your email address will not be published. Required fields are marked *

18 − 16 =