କହ୍ନେୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବା ନେଇ କେଜ୍ରିଓ୍ଵାଲଙ୍କ ଅନୁମତି

ନୂଆଦିଲ୍ଲୀ() ଜେଏନୟୁ ଛାତ୍ରସଂଘର ପୂର୍ବତନ ସଭାପତି ଓ ସିପିଆଇ ନେତା କହ୍ନେୟାଙ୍କ ସମେତ ୮ ଜଣଙ୍କ ବିରୋଧରେ ଦେଶଦ୍ରୋହ ମାମଲା ଚାଲିବ।। ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସରକାର ଦେଶଦ୍ରୋହ ମାମଲା ପରିଚାଳନା କରିବାକୁ ଅନୁମତି ଦେଇଛି।ଏହି ମାମଲାର ଫାଇଲ ବହୁ ଦିନରୁ ଦିଲ୍ଲୀ ସରକାରଙ୍କ ପାଖରେ ଅଟକିଥିଲା । ବର୍ଷ ୨୦୧୬ ଫେବୃଆରୀ ୯ରେ ଜବାହର ଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ କଥିତ ଭାବେ ଦେଶ ବିରୋଧୀ ଶ୍ଲୋଗାନ ଦେଇଥିଲେ କହ୍ନେୟା କୁମାର।
ଦିଲ୍ଲୀ ପୋଲିସ ଏହି ମାମଲା ୨୦୧୯ ଜାନୁଆରୀରେ ଚାର୍ଜସିଟ ଦାଖଲ କରିଥିଲା। ଏବେ ଦିଲ୍ଲୀ ସରକାରଙ୍କ ଠାରୁ ମଞ୍ଜୁରୀ ମିଳିବା ପରେ କହ୍ନେୟାଙ୍କ ବ୍ୟତୀତ ଅନ୍ୟ ୭ ଜଣଙ୍କ ବିରୋଧରେ ମାମଲା ଚାଲିବ।

Share

Leave a Reply

Your email address will not be published. Required fields are marked *

5 + 6 =