ଓଡିଶାରେ ଟିମ୍‌ ଇଣ୍ଡିଆ, ଓ୍ବେଷ୍ଟଇଣ୍ଡିଜ ଖେଳାଳି

ଭୁବନେଶ୍ୱର()  ଭାରତୀୟ ଦଳ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ୍ ଆସନ୍ତା ୨୨ ତାରିଖରେ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏଥିନେଇ ଉଭୟ ଦଳର ଖେଳାଳିମାନେ ଗୁରୁବାର ଅପରାହ୍ନ ୧୨.୫୦ରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଛନ୍ତି। କଡା ସୁରକ୍ଷାବ୍ୟବସ୍ଥା ମଧ୍ୟରେ ସ୍ବତନ୍ତ୍ର ବସ୍ ଯୋଗେ ଦୁଇର ଟିମ ଖେଳାଳି ଓ ଅଫିସିଆଲ ହୋଟେଲ ମେ’ ଫେୟାର ଯାଇଛନ୍ତି । ମେଫେୟାର ହୋଟେଲରେ ନାଚଗୀତ ମାଧ୍ୟମରେ ଖେଳାଳିଙ୍କର ଭବ୍ୟ ସ୍ୱାଗତ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

two × two =