ଶଶୀଭୂଷଣଙ୍କୁ ସମର୍ଥନ କରିବେ ସିପ୍ରା

କେନ୍ଦ୍ରାପଡାର ବିଜେଡି ବିଧାୟକ ଟିକେଟ ପାଇଁ ଇଚ୍ଛୁକ ଥିବା ସିପ୍ରା ମଲ୍ଲିକ ନିଜ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଛନ୍ତି । ଗତକାଲି ଶଶୀ ଭୂଷଣ ବେହେରା ନାମାଙ୍କନ ଭରିଥିବା ବେଳେ ଠିକ ସେହି ସମୟରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କରିଥିଲେ । ତେବେ ଆଜି ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବା ସହ ଶଶୀଭୂଷଣ ବେହେରାଙ୍କୁ ସମର୍ଥନ କରିବେ ବୋଲି କହିଛନ୍ତି । ସିପ୍ରାଙ୍କ ସହ କିଶୋର ତରାଇ ବି ସମର୍ଥନ କରିବେ ବୋଲି କହିଛନ୍ତି ।

ବିଜେଡି ସୁପ୍ରିମୋଙ୍କ ନିଷ୍ପତିକୁ ସମ୍ମାନ ଦେଉଛୁ । ସେ ଯାହା ନିଷ୍ପତି ଦେବେ ତାକୁ ସମ୍ମାନ ଜଣାଇବେ ବୋଲି ସିପ୍ରା କହିଛନ୍ତି । ନିର୍ବାଚନ ଶଶୀଭୂଷଣ ଲଢିଲେ ମଧ୍ୟ ତାଙ୍କ ସହ ମିଶି ସେ ନିର୍ବାଚନ ଲଢିବେ । ବିଧାୟକ ନହେଲେ ମଧ୍ୟ ସ୍ଥାନୀୟ ଲୋକଙ୍କ ପାଇଁ କାମ କରିବେ ବୋଲି କହିଛନ୍ତି ସିପ୍ରା ମଲ୍ଲିକ । ସିପ୍ରା କହିଛନ୍ତି କି, କେନ୍ଦ୍ରାପଡାରୁ ଶଶିଭାଇ ନିର୍ବାଚନ ଲଢିଲେ ମଧ୍ୟ ସମାନ୍ତରାଳ ଭାବରେ ମୁଁ ମଧ୍ୟ ସେଠି ତାଙ୍କ ସହ ନିର୍ବାଚନ ଲଢିବି । ସେ ବିଧାୟକ ରହିବେ ସତ କିନ୍ତୁ ଲୋକଙ୍କର ସମସ୍ୟାର ସମାଧାନ ପାଇଁ ଏବଂ ମୋ ଅଂଚଳର ଅଧିବାସୀମାନଙ୍କର ସମସ୍ୟାର ସମାଧାନ ପାଇଁ ମୁଁ ବିଧାୟକ ନହୋଇ ଥିଲେ ବି ଜଣେ ବିଧାୟକର ଦ୍ୱାୟିତ୍ୱ ନେଇ କାମ କରିବି ।

ସେହିପରି ଦଳୀୟ ଟିକେଟକୁ ନେଇ ଅସନ୍ତୋଷ ଥିବା କିଶୋର ତରାଇ ମଧ୍ୟ ସିପ୍ରାଙ୍କ କଥାରେ ସହମତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଦଳୀୟ ଟିକେଟରୁ ବଂଚିତ ହେବା ପରେ ଅସନ୍ତୁଷ୍ଟ ରହିବା ସ୍ୱଭାବିକ କଥା । କିନ୍ତୁ ଏହା ମାନେ ନୁହଁକି ଦଳ ସହ ସବୁ ସଂପର୍କ ଛିନ୍ନ କରିବା । ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକଳାପକୁ ଚାହିଁ ଆମେ ଦଳରେ ରହିଥିଲୁ ଆଉ ଆଗକୁ ମଧ୍ୟ ରହିବୁ ଏବଂ କେନ୍ଦ୍ରାପଡାରୁ ଲଢୁଥିବା ଶିଶି ଭୁଷଣଙ୍କ ପାଇଁ ମଧ୍ୟ ଆମେ ଏଠାକି ହୋଇ ଲଢିବୁ ଓ ତାଙ୍କୁ ବହୁମତ ବ୍ୟବଧାନରେ ଜିତାଇବୁ ବୋଲି ଦମ୍ଭୋକ୍ତି ବାଢିଛନ୍ତି କିଶୋର ତରାଇ ।

Share

Leave a Reply

Your email address will not be published. Required fields are marked *

20 − 2 =