ଜୁନ ୩ରେ ଉପକୂଳରେ ମାଡ଼ ହେବ ନିସର୍ଗ

ନୂଆଦିଲ୍ଲୀ() ବାତ୍ୟା ଅମ୍ଫାନର ଦାଗ ନଲିଭିବା ବେଳେ ଆରବ ସାଗରରେ ଦାନା ବାନ୍ଧୁଛି ଆଉ ଏକ ବାତ୍ୟା । ଦକ୍ଷିଣ ପୂର୍ବ ଆରବ ସାଗର ଓ ଲାକ୍ଷାଦ୍ୱୀପ ମଝିରେ ସୃଷ୍ଟି ହୋଇଥିବା ଏହି ଲଘୁଚାପ ଗତକାଲି ଅବପାତର ରୂପ ନେଇଥିଲା । ଆଜି ଗୁଜରାଟ ଉପକୂଳ ଆଡକୁ ମାଡି ଆସୁଛି ବାତ୍ୟା ନିସର୍ଗ । ସ୍ଥଳଭାଗ ଛୁଇଁବା ସମ୍ଭାବନା ଥିବାରୁ ଗୁଜରାଟ ଓ ମହାରାଷ୍ଟ୍ରରେ ଏନଡିଆରଏଫ ମୁତୟନ କରାଯାଇଛି। ଜୁନ ୩ରେ ଉତ୍ତର ମହାରାଷ୍ଟ୍ର ଓ ଦକ୍ଷିଣ ଗୁଜୁରାଟ ଉପକୂଳରେ ମାଡ଼ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

5 − two =