ଭିଜିଲାନ୍ସ ଜାଲରେ ଅତିରିକ୍ତ ସିଟି ଓ ଜିଏସଟି କମିଶନର

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ କଟକ – ୧ ସିଟି ଓ ଜିଏସଟି ଅତିରିକ୍ତ କମିଶନର ପିୟୂଷକାନ୍ତ ପାଣିଙ୍କ ବାସଭବନ ଓ ଅନ୍ୟାନ୍ୟ ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଭୁବନେଶ୍ୱର ଚକେଇସିଆଣି ସ୍ଥିତ ତିନି ମହଲା କୋଠା , ଯାଜପୁର ଚୋରଡା ଛକ ସ୍ଥିତ ପୈତୃକ ଜମିରେ ଦୁଇଟି ତିନି ମହଲା କୋଠା ଓ ଏକ ମହଲା ଘରେ ଚଢ଼ାଉ କରିଛନ୍ତି ଭିଜିଲାନ୍ସ ଟିମ୍ । କଟକ ଓଏମପି ଛକ ସ୍ଥିତ ଓଏଫଏସସି ଟାୱାରରେ ଥିବା ଅଫିସ ରୁମ , ଭୁବନେଶ୍ୱର ଅନ୍ଧାରୁଆ ମୈ।ଜାରେ ଥିବା ବିଭିନ୍ନ କୋଠାବାଡ଼ି ସମେତ ଅନ୍ୟ ଜାଗାରେ ବି ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉରେ ୫ ଡିଏସପି, ୧୧ ଇନ୍ସପେକ୍ଟର ଓ ଅନ୍ୟ ଭିଜିଲାନ୍ସ ଅଧିକାରୀମାନେ ସାମିଲ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three × two =