ପାକିସ୍ତାନକୁ ବୟକଟ କରିଲାନି ଆଇସିସି

ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଅ ।ଇସିସି) ଭାରତୀୟ କ୍ରିକେଟ କଣ୍ଟେ୍ରାଲ ବୋର୍ଡ(ବିସିସିଆଇ)ର କଥାକୁ ମାନିବାକୁ ମନା କରିଦେଇଛି । ଆତଙ୍କୀକୁ ସାହାଯ୍ୟ କରୁଥିବା ଦେଶଗୁଡିକ ସହିତ ସଂପର୍କ କାଟିବା ପାଇଁ ବିସିସିଆଇ ପକ୍ଷରୁ ଆଇସିସିକୁ କୁହାଯାଇଥିଲା । ଏହିଭଳି ମାମଲାରେ ତାର କୌଣସି ଭୂମିକା ନଥିବା କଥା କହିଛି ଅ ।ଇସିସି ।

ନିକଟରେ ପୁଲାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ଭାରତର ୪୨ ଜଣ ସିଅ ।ରପିଏଫ ୭ବାନ ସହିଦ ହୋଇଥିଲେ । ଏହି ଆଧାରରେ ବିସିସିଆଇ ଆଇସିସିକୁ ଏକ ପତ୍ର ଲେଖିଥିଲା, ଯେଉଁଥିରେ ଏହି କଥା ଉଲ୍ଲେଖ କରିଥିଲା । ବିସିସିଆଇ ବିସିସିଅ ।ଇର ଜଣେ ଅଥିକାରୀ ନିଜ ନାମକୁ ନ ଜଣାଇବା ସର୍ତ୍ତ ରଖିବା ସହିତ କହିଛନ୍ତି ଯେ, ଏମିତି ହେବାର କୌଣସି ସମ୍ଭାବନା ନାହିଁ । କୌଣସି ଦେଶକୁ ବହିଷ୍କାର କରିବାର ନିଷ୍ପତ୍ତି ସରକାରୀ ସ୍ତରରେ ହୋଇଥାଏ, ଆଇସିସିର ଏଭଳି କୌଣସି ନିୟମ ନାହିଁ ବୋଲି ସ୍ପଷ୍ଟ ଭାବରେ କହିଛନ୍ତି । ଆଇସିସିର ଚେୟାରମ୍ୟାନ ବିସିସିଆଇକୁ ଏହା ଜଣାଥିଲା କିନ୍ତୁ ତଥାପି ଗୋଟିଏ ସୁଯୋଗ ପାଇବା ପାଇଁ ବିସିସିଅ ।ଇ ଏଭଳି ଆବେଦନ କରିଥିଲା ।

ଭାରତୀୟ ଦଳ ୨୦୧୯ ବିଶ୍କପରେ ପାକିସ୍ତାନ ବିପକ୍ଷରେ ମ୍ୟାଚ ଖେଳିବର ଅଛି । ଭାରତ-ପାକିସ୍ତାନ ମଧ୍ୟରେ ସୀମାରେ ବଢୁଥିବା ବିବାଦକୁ ନେଇ ଏହି ମ୍ୟାଚକୁ ବାସନ୍ଦ କରିବା ପାଇଁ ଜୋର ଦିଆଯାଉଛି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ହରଭଜନ ସିଂ ଏହାର ସମର୍ଥନରେ ବାହାରିଥିବା ବେଳେ ଭାରତୀୟ କ୍ରିକେଟର ସଂ•ଳନ କରୁଥିବା ପ୍ରଶାସକ ସମିତି(ସିଓଏ) ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନ ନେଇ ସରକାରଙ୍କ ଦୃଷ୍ଟିକୋଣକୁ ଦେଖିବାକୁ •ହୁଁଛି ।

Share

Leave a Reply

Your email address will not be published. Required fields are marked *

14 + 13 =