ମେଡିକାଲ କଲେଜର ସାମଗ୍ରୀକ ବିକାଶ ଦାଇତ୍ବରେ ବରିଷ୍ଠ ଅଧିକାରୀ

ଭୁବନେଶ୍ବର () ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ବିକାଶ ଓ ଉତ୍ତମ ପରିଚାଳନା ପାଇଁ ବରିଷ୍ଠ ଆଇଏଏସ ଅଫିସରଙ୍କୁ ସଂଯୋଜକ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି । ମେଡିକାଲ କଲେଜର ପରିଚାଳନା, ଭିତ୍ତିଭୂମୀ ବିକାଶ, ଦୈନନ୍ଦିନ କାର୍ଯ୍ୟଶୈଳୀରେ ଉନ୍ନତି ଆଦି ବିଭିନ୍ନ ଦିଗକୁ ଏହି ସଂଯୋଜକ ଅଧିକାରୀମାନେ ତଦାରଖ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବରିଷ୍ଠ ଅଫିସରଙ୍କୁ ଅତିରିକ୍ତ ଦାୟିତ୍ବ ଦେଇଛନ୍ତି ।

ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ସୁନ୍ଦରଗଡ ମେଡିକାଲ କଲେଜ ଓ ଭିମସାରର ସଂଯୋଜକ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି । କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ରଙ୍କୁ ବାଲେଶ୍ବର ଫକିରମୋହନ ମେଡିକାଲ କଲେଜ ଓ ବ୍ରହ୍ମପୁର ଏକକେସିଜି ମେଡିକାଲ କଲେଜ ଦାୟିତ୍ବ ଦିଆଯାଇଛି । ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମାଙ୍କୁ କେନ୍ଦୁଝର ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ବ ଦିଆଯାଇଥିବା ବେଳେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ମୋନା ଶର୍ମାଙ୍କୁ ଯାଜପୁର ମେଡିକାଲ କଲେଜର ସଂଯୋଜକ ଅଫିସର ଭାବେ ଦାୟିତ୍ବ ଦିଆଯାଇଛି ।

ସେହିଭଳି ମହିଳା ଓ ଶିଶୁ କଲ୍ୟାଣ ସଚିବ ଅନୁ ଗର୍ଗଙ୍କୁ ଅନୁଗୁଳ ଏମସିଏଲ ମେଡିକାଲ କଲେଜ ଦାୟିତ୍ବ, ରାଜସ୍ବ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ କନ୍ଧମାଳ ମେଡିକାଲ କଲେଜ ଓ ବଲାଙ୍ଗିର ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଦାୟିତ୍ବ, ଅର୍ଥ ବଭାଗର ପ୍ରମୁଖ ସଚିବ ଅଶୋକ ମିନାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଦାୟିତ୍ବ, ଜଳ ସମ୍ପଦ ବିଭାଗର ପ୍ରମୁଖ ସଚିବ ସୁରେନ୍ଦ୍ର କୁମାରଙ୍କୁ ମୟୁରଭଂଜ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଦାୟିତ୍ବ, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ଭବନିପାଟଣା ସରକାରୀ ମେଡିକାଲ କଲେଜ ଦାୟିତ୍ବ ଏବଂ ପୂର୍ତ୍ତ ସଚିବ କିଶନ କିମାରଙ୍କୁ ପୁରୀ ଶ୍ରୀଜଗନ୍ନାଥ ମେଡିକାଲ କଲେଜର ସଂଯୋଜକ ଅଫିସର ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen + six =