ବିଜେଡିରେ ମିଶିଲେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଭୁବନେଶ୍ବର (): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ନେତୃତ୍ବ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଓଡ଼ିଆ ଚଳଚ୍ଚିତ୍ରର ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ୍‍ ସାଗର ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ସାଗରଙ୍କ ସହିତ ସଂଗୀତ ନିର୍ଦ୍ଦେଶକ ଜାପାନୀ, ସଂଗୀତକାର ମହମ୍ମଦ ଅବିଦ୍‍, କ୍ଷୀରୋଦ ସିଂହ, ଶିବ ଶର୍ମା, ମହମ୍ମଦ ୟାସିନ୍‍, ଶ୍ରୀକାନ୍ତ କୁମାର ସାହୁ ପ୍ରମୁଖ ବିଜେଡିରେ ଯୋଗ ଦେଇଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସାଗରଙ୍କୁ ନବୀନ ସ୍ବାଗତ କରିବା ସହ କହିଥିଲେ ଯେ ସାଗର ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଏହି ଅବସରରେ ସାଗର କହିଥିଲେ ଯେ, ମୁଁ ଜାଣିବାରେ ମୁଖ୍ୟମନ୍ତ୍ରୀ ବହୁତ ସହୃଦୟ ବ୍ୟକ୍ତି । ଓଡ଼ିଶାର ସାଢ଼େ ୪ କୋଟି ଜନସାଧାରଣଙ୍କ ପ୍ରତି ତାଙ୍କର ଭଲପାଇବା ଅଛି । ସେହି ସାଢ଼େ ୪କୋଟି ଜନସାଧାରଣଙ୍କ ମଧ୍ୟରୁ ମୁଁ ଜଣେ । ତେଣୁ ଆଜି ବିଜେଡିରେ ଯୋଗ ଦେଇ ମୁଁ ନିଜକୁ ଧନ୍ୟ ମନେ କରୁଛି ଏବଂ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟ ପାଇଁ କାମ କରିବି ।

ସେହିପରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀର ଜୟପାଟଣା ବ୍ଲକର ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ ୧୯ ସମିତି ସଭ୍ୟ ସଭ୍ୟାଙ୍କ ସହ ୬୦ରୁ ଊର୍ଦ୍ଧ୍ବ ବିଜେପି, କଂଗ୍ରେସ ଓ ଅନ୍ୟାନ୍ୟ ଦଳର କର୍ମୀ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 3 =