ନଜର ପକାନ୍ତୁ ଦେଶର କରୋନା ଅପଡେଟ୍ ଉପରେ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧,୨୫୭ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନକ ମଧ୍ୟରେ କରୋନାରୁ ୨୪,୯୬୩ ଜଣ ସୁସ୍ଥ ହୋଇଛନ୍ତି । କରାଯାଉଥିବା ନମୁନା ପରୀକ୍ଷା ମଧ୍ୟରୁ ସଂକ୍ରମିତ ଚିହ୍ନଟ ହେବା ସଂଖ୍ୟା ସଂପ୍ରତି ୦.୭୧% ରହିଛି । ଦେଶରେ ଦୈନିକ ସଂକ୍ରମଣ ହାର ୧.୫୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୧.୬୪% ରହିଛି । ଏପର୍ୟ୍ୟନ୍ତ କରୋନାରୁ ମୋଟ ୩,୩୨,୨୫,୨୨୧ ଜଣ ସୁସ୍ଥ ହୋଇସାରିଲେଣି । ତେବେ ଗୁରୁବାର ସଂଧ୍ୟାସୁଦ୍ଧା ୨,୪୦,୨୨୧ ଜଣ ସକ୍ରିୟ କରୋନା ରୋଗୀ ରହିଥିଲେ । ସେହି ସମୟ ମଧ୍ୟରେ ମୋଟ ୫୮ କୋଟି ନମୁନା ପରୀକ୍ଷା କରାଯାଇଛି । ତାହାସହିତ ମୋଟ ୯୩.୧୭ କୋଟି ପାନ କୋଭିଡ ଟିକା ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

3 × 4 =