ଚନ୍ଦ୍ରାୟନ -୩କୁ ମଞ୍ଜୁରୀ

ନୂଆଦିଲ୍ଲୀ() ଚନ୍ଦ୍ରାୟନ -୩କୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ନୂଆବର୍ଷରେ ନୂଆବର୍ଷ ଅବସରରେ ଘୋଷଣା କଲେ ଇସ୍ରୋ ମୁଖ୍ୟ କେ.ଶିବନ ।

ଶିବନ କହିଛନ୍ତି, ମିଶନ ପାଇଁ ଏକ ଟିମ ଗଠନ କରାଯାଇଛି । ଏଥିପାଇଁ ୬୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ତୁତୁକୋରିନରେ ଏଥିପାଇଁ ସ୍ଥାନ ଖୋଜାଯାଉଛି । ଯଦି ସବୁ ଠିକ ରହେ ତା ହେଲେ ଚଳିତବର୍ଷ ଶେଷସୁଦ୍ଧା ଏହି ମିଶନ ଲଂଚ କରାଯିବ ।

ଶିବନ କହିଛନ୍ତି , ଚନ୍ଦ୍ରାୟନ-୨ରେ ଇସ୍ରୋ ଭଲ ପ୍ରଗତି କରିଥିଲା । ଯଦିଓ ଏହି ମିଶନ ସଫଳ ହୋଇପାରିଲା ନାହିଁ , ତେବେ ଅର୍ବିଟର ଏବେ ବି କାମ କରୁଛି । ବୈଜ୍ଞାନିକ ତଥ୍ୟ ହାସଲ କରିବା ପାଇଁ ଏହା ଆସନ୍ତା ୭ ବର୍ଷ ଯାଏଁ କାମ କରିବ । ନିକଟରେ ଚନ୍ଦ୍ରାୟନ-୨ ବିଫଳ ହୋଇଥିଲା । ଏହା ପରେ ଭାରତ ନୂଆ ମିଶନ ଆରମ୍ଭ କରିବ ବୋଲି ଚର୍ଚ୍ଚା ଜୋର ଧରିଥିଲା ।

Share

Leave a Reply

Your email address will not be published. Required fields are marked *

fifteen + 12 =