ଏଣିକି ଅଟୋ ଚାଳକ ୟୁନିଫର୍ମ ସହ ପରିଚୟ ପତ୍ର ବାଧ୍ୟତାମୂଳକ

ଭୁବନେଶ୍ବର : ଆଜିଠାରୁ ରାଜଧାନୀରେ ଗଡିବ ସ୍ମାର୍ଟ ଅଟୋ । ଏଣିକି ଅଟୋ ଚାଳକ ୟୁନିଫର୍ମ ପିନ୍ଧିବା ସହ ବେକରେ ପରିଚୟ ପତ୍ର ପକାଇବା ବାଧ୍ୟତାମୂଳକ କରାଯାଇଛି । ୨ ତାରିଖରୁ ଅଟୋ ଚାଳକମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ହେଉଛି ।

କେବଳ ଏତିକି ନୁହେଁ ଓଲା, ଉବେର ଭଳି ଅନଲାଇନରେ ବି ଅଟୋ ବୁକ୍ କରିପାରିବେ ରାଜଧାନୀବାସିନ୍ଦା । ସେଥିପାଇଁ ନିଖିଳ ଓଡିଶା ଅଟୋ ମହାସଂଘ ପକ୍ଷରୁ ଓଡିଆ ଭାଷାରେ ଏକ ଆପ୍ ର ଶୁଭାରମ୍ଭ କରାଯାଇଛି । ରାଜଧାନୀର ୪ ହଜାରରୁ ଅଧିକ ଅଟୋ ଚାଳକଙ୍କୁ ବୀମା ଅନ୍ତର୍ଭୁକ୍ତ କରାଯାଇଛି । ପରବର୍ତ୍ତୀ ସମୟରେ ରାଜ୍ୟର ସବୁ ଅଟୋ ଚାଳକଙ୍କୁ ଏହି ଯୋଜନାରେ ସାମିଲ କରାଯିବା ନେଇ ସୂଚନା ଦେଇଛନ୍ତି ନିଖିଳ ଓଡିଶା ମହାସଂଘ ସାଧାରଣ ସମ୍ପାଦକ ।

Share

Leave a Reply

Your email address will not be published. Required fields are marked *

9 − seven =