ଓଡିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବର ଆଉ ଏକ ନମୂନା

ନୂଆଦିଲ୍ଲୀ () କେନ୍ଦ୍ର ସରକାର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ତିନୋଟି ରାଜ୍ୟକୁ ଆର୍ଥିକ ସହାୟତା ମଂଜୁର କରିଥିବା ବେଳେ ଓଡିଶାକୁ କୌଣସି ସହାୟତା ମଂଜୁର କରିନାହାନ୍ତି । ଓଡିଶାରେ ତିତିଲି ଭଳି ପ୍ରାକୃତିୟ ବିପର୍ଯ୍ୟୟ ଘଟି ବ୍ୟପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ସମ୍ପର୍କରେ ଓଡିଶାକୁ ଅବହେଳା କରିଥିବା ଯୋଗୁଁ ତୀବ୍ର ପ୍ରତିକି୍ରୟା ଦେଖାଦେଇଛି । କେରଳ ବିପର୍ଯ୍ୟୟ ପାଇଁ କେନ୍ଦ୍ର ସରକାର ୩ହଜାର ୪୮କୋଟି, ନାଗାଲାଣ୍ଡ ବିପର୍ଯ୍ୟୟ ପାଇଁ୧୩୧ କୋଟି ଓ ଆନ୍ଧ୍ରପ୍ରଦେଶ ବିପର୍ଯ୍ୟୟ ପାଇଁ ୫୩୯ କୋଟି ଟଙ୍କା ମଂଜୁର କରିଥିବା ବେଳେ ଓଡିଶାକୁ ଟଙ୍କାଟିଏ ବି ମଂଜୁର କରିନାହାନ୍ତି । କେନ୍ଦ୍ର ସରକାର ଏନଡିଆରଏଫ ପାଣ୍ଠିରୁ ଏହି ଟଙ୍କା ମଂଜୁର କରିଛନ୍ତି ।

ତିନୋଟି ରାଜ୍ୟକୁ ପ୍ରାକୃତିକ ବିପର୍ଯ୍ୟୟ ପାଇଁ କେନ୍ଦ୍ର ସରକାର ଅର୍ଥ ମଂଜୁର କରିଥିବା ବେଳେ ଓଡିଶାକୁ ଅର୍ଥ ମଂଜୁର ନକରିବା ପଛରେ କେନ୍ଦ୍ରର ରାଜନୈତିକ ଅଭିସନ୍ଧି ଥିବା ଆଲୋଚନା ହେଉଛି । କେନ୍ଦ୍ରର ରାଜ୍ୟପ୍ରତି ବୈମାତୃକ ମନୋଭାବକୁ ନେଇ ବିଜେଡି କହିଛି ଯେ, ବିପର୍ଯ୍ୟାୟକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ । ବିପର୍ଯ୍ୟୟ ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇବା କେନ୍ଦ୍ରର ନୈତିକ ଦାଇତ୍ୱ । ଆସନ୍ତା ନିର୍ବାଚନରେ କେନ୍ଦ୍ରର ଏହି ବୈମାତୃକ ମନୋଭାବର ରାଜ୍ୟବାସୀ ଜବାବ ଦେବେ ବୋଲି ବିଜେଡି ଚେତାଇ ଦେଇଛି ।

Share

Leave a Reply

Your email address will not be published. Required fields are marked *

12 − 6 =