କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ

କାବୁଲ: କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ବିସ୍ଫୋରଣ ହେବା ମାତ୍ରେ ଲୋକେ ଦୌଡିଥିବା ବେଳେ ଅନେକ ଆହତ ହୋଇଥିବା ଆଶଙ୍କା କରାଯାଉଛି । ପରିସ୍ଥିତି ବର୍ତମାନ ସେଠାରେ ସଙ୍ଗୀନ ହେବାରେ ଲାଗିଛି । ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଭାରତ, ଆମେରିକା ସମେତ ଅନେକ ଦେଶ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି । ଲୋକଙ୍କୁ ଆପଗାନିସ୍ତାନରୁ ଉଦ୍ଧାର କରିବା କାର୍ୟ୍ୟ ଲଗାତର ଭାବେ ଜାରି ରହିଛି । ଏହାରି ମଧ୍ୟରେ କାବୁଲ ଏୟାରପୋର୍ଟ ଗେଟରେ ବିସ୍ଫୋରଣ ନେଇ ଖବର ରହିଛି । ଏହି ଖବର ପେଣ୍ଟାଗନ ପକ୍ଷରୁ ମିଳିଛି । ଏହାପୂର୍ବରୁ ଇଟାଲୀର ଏକ ଯୁଦ୍ଧ ବିମାନ କାବୁଲ ଏୟାରପୋର୍ଟରୁ ଉଡିବା ପରେ ତା ଉପରକୁ ଫାୟାରିଂ କରାଯାଇଥିଲା । ତେବେ ଏହି ଘଟଣାରେ ବିମାନର କିଛି କ୍ଷତି ହୋଇନଥିଲା ।

Share

Leave a Reply

Your email address will not be published. Required fields are marked *

four × five =