ଆଜି ରାଜ୍ୟରେ ୬୯ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗୁରୁବାର ଦିନକ ମଧ୍ୟରେ ରାଜ୍ୟରେ ଆଉ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କଟକ ଜିଲାରେ ସର୍ବାଧିକ ୩୮ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିସହିତ ଜଗତସିଂହପୁର ଜିଲାରେ ୯, ଢେଙ୍କାନାଳରେ ୬, ଯାଜପୁର, କେନ୍ଦ୍ରାପଡା ଓ ମୟୁରଭଞ୍ଜରେ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ଅନୁଗୁଳ ଓ ନବରଙ୍ଗପୁର ଜିଲାରେ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଭଦ୍ରକ, କେନ୍ଦୁଝର, ପୁରୀରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି। ରାଜ୍ୟରେ ଗୁରୁବାର ସୁଦ୍ଧା କରୋନା ଜନିତ ମୃତ୍ୟୁ ୮୬୯୭କୁ ବୃଦ୍ଧିପାଇଛି।

Share

Leave a Reply

Your email address will not be published. Required fields are marked *

17 − 1 =