ସର୍ଟସର୍କିଟରୁ ଟ୍ରକରେ ଲାଗିଗଲା ନିଆଁ

କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଖିରେଇ ଟାଙ୍ଗିରି ନିକଟରେ ଏକ ପାଉଡର ବୋଝେଇ ଟ୍ରକ୍ ଜଳି ଯାଇଛି। ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି। ଟ୍ରକ୍ଟି କଲିକତାରୁ ମୁମ୍ବାଇ ଯାଉଥିଲା। ଆଜି ଭୋର ସମୟରେ ଟାଙ୍ଗିରି ନିକଟରେ ଟ୍ରକ୍ଟି ଜଳି ଯାଇଥିଲା। ସର୍ଟସର୍କିଟ୍ରୁ ଟ୍ରକ୍ରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଖବର ପାଇ ଦମକଳ ବାହିନୀ ଓ ପୁଲିସ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Share

Leave a Reply

Your email address will not be published. Required fields are marked *

19 − 3 =