ବିଜେପି କଥାକୁହା କପିଳା …

ଭୁବନେଶ୍ବର () ଚାଷୀ ଓ ଚାଷ ପ୍ରସଙ୍ଗକୁ ନେଇ ଗତ କିଛି ଦିନ ଧରି ରାଜ୍ୟରେ ଚାଲିଛି ରାଜନୈତିକ ଝଡ । କିଛି ରାଜ୍ୟ କୃଷି ଋଣ ଛାଡ କରିବା ପରେ ଓଡିଶା ସରକାରଙ୍କ ଉପରେ ବିଭିନ୍ନ ମହଲରୁ କୃଷି ଋଣ ଛାଡ ପାଇଁ ଚାପି ପଡୁଥିଲା । ଏଭଳିସ୍ଥିତିରେ ରାଜ୍ୟ ସରକାର ଆଉ ପାଦେ ଆଗେଇ ଯାଇ ଚାଷୀଙ୍କ ପାଇଁ ଘୋଷଣା କରିଛନ୍ତି କାଳିଆ ଯୋଜନା । ନିଜେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ବିନା ଦ୍ଵିଧାରେ ସାମ୍ବାଦିକଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ସହ ବିରୋଧୀ କଂଗ୍ରେସ ଓ ବିଜେପିକୁ କଡା ସମାଲୋଚନା କରିଛନ୍ତି।

ନବୀନ ସିଧାସଳଖ ଭାବେ କୃଷି ଋଣ ଛାଡ ଦାବିକୁ ଅଗ୍ରାହ୍ୟ କରିଛନ୍ତି । କୃଷି ଋଣ ଛାଡ ପାଇଁ କଂଗ୍ରେସ ଓ ବିଜେପିର ଦାବିକୁ ହାସ୍ୟାସ୍ପଦ ବୋଲି କହିଛନ୍ତି । କଂଗ୍ରେସର ଦାବି ତାଙ୍କ ବିଗତ ଦିନର ଇତିହାସକୁ ଦେଖିଲେ ହାସ୍ୟାସ୍ପଦ । କଂଗ୍ରେସର ଭୁଲ ଅର୍ଥନିତି ଯୋଗୁଁ  ୧୯୯୫ରୁ ୧୯୯୯ ମଧ୍ୟରେ ରାଜ୍ୟ ଦେବାଳିଆ ସ୍ତିତିକୁ ଚାଲି ଆସିଥିଲା । ଟ୍ରେଜରୀ ଖାଲି ହୋଇଯାଇଥିଲା, ଦରମା ଦିଆଯାଇପାରୁନଥିଲା ଓ ଭିତ୍ତିଭୂମୀ ନଷ୍ଟ ହୋଇଯାଇଥିଲା। ଅର୍ଦ୍ଧାଧିକ ଦେଶ ଦେବାଳିଆ ହୋଇଯାଇଥିଲା । ଏହାଦ୍ବାରା ଅତିତରେ ଲୋକେ କଷ୍ଟ ପାଇଛନ୍ତି, ଭବିଷ୍ୟତରେ କିନ୍ତୁ କଷ୍ଟ ପାଇବେନି । କାଳିଆ ଯୋଜନା ଏକ ପ୍ରଗତିଶିଳ ଯୋଜନା ଏବଂ ଏହାଦ୍ବାରା ଦରିଦ୍ରରୁ ଦରିଦ୍ରତମ ଲୋକ ଆତ୍ମନିର୍ଭରଶିଳ ହୋଇପାରିବେ ।

ବିଜେପିର ଋଣ ଛାଡ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଜେପି ଅଧିକ କୁହେ କାମ କରେ । ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେପି ସ୍ଵତନ୍ତ୍ର ରାଜ୍ୟ ପାହ୍ୟା ଓ ଏମଏସପିକୁ ଦେଢ ଗୁଣା କରିବାକୁ ଘୋଷଣା କରିଥିଲା । ଚାଷୀ ଋଣ ଛାଡ ଜାତୀୟ ଅର୍ଥନିତି ଓ ରାଜ୍ୟ ଅର୍ଥନୀତିକୁ ଦେବାଳିଆ କରିବ । ଆମେ ଋଣ ଚାଡ ଠାରୁ ବହୁ ଅଧିକ ସୁବିଧା ଏହି ସ୍କିମରେ ରହିଛି ଋଣଛାଡ ଦ୍ଵାରା ଅଳ୍ପ କିଛି ଲକ୍ଷ ଚାଷୀ ଉପକୃତ ହେବେ କିନ୍ତୁ କାଳିଆ ଯୋଜନାରେ ୯୨ ପ୍ରତିଶତ ଚାଷି ଉପକୃତ ହେବେ । ସେଇଭଳି ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ନବୀନ କହିଛନ୍ତି ଯେ ସ୍ଵାମିନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରିବା ଏବଂ ଏମଏସପି ବୃଦ୍ଧି ପାଇଁ ଆମେ କେନ୍ଦ୍ର ନିକଟରେ ଦିର୍ଘ ଦିନ ଧରି ଦାବି କରିଆସୁଛୁ । ଏହା କେନ୍ଦ୍ର ସରକାରଙ୍କ କର୍ତ୍ତୃତ୍ବାଧୀନ ।

Share

Leave a Reply

Your email address will not be published. Required fields are marked *

fourteen + three =