ବିଜେପି ନେତାଙ୍କ ଘରୁ ନକଲି ନୋଟ ଏବଂ ପ୍ରିଣ୍ଟିଂ ମେସିନ ଜବତ

କେରଳ ପୋଲିସ ବିଜେପି ନେତାଙ୍କ ଘରୁ ନକଲି ନୋଟ ଏବଂ ପ୍ରିଣ୍ଟିଂ ମେସିନ ଜବତ କରିଛି। ଥ୍ରୀସୁର ଜିଲ୍ଲା କୋଣ୍ଡୁଗଲରରେ ଶ୍ରୀ ନାରାୟଣପୁରମ ସ୍ଥିତ ଆବାସରେ ମିଳିଥିବା ସାମଗ୍ରୀ ଆଧାରରେ ପୋଲିସ ବିଜେପି ନେତା ରାକେଶ ଏବହ ତାଙ୍କ ଭାଇ ରାଜେସକୁ ହେପାଜତକୁ ନେଇଛି।

ଜବତ ହୋଇଥିବା ନୋଟ ପ୍ରାୟ ୧.୩୫ ଲକ୍ଷ ଟଙ୍କା ହେବ। ଏଥିରେ ୨୦୦୦,୫୦୦,୫୦ ଏବଂ ୨୦ ଟଙ୍କାର ନକଲି ନୋଟ ମିଳିଛି। ରିପୋର୍ଟ ଅନୁଯାୟୀ ସୂଚନା ମିଳିଥିଲା ଯେ ଦୁଇ ଭାଇ ବହୁତ କମ୍ ଦିନ ମଧ୍ୟରେ ଧନୀ ହୋଇଯାଇଥିଲେ। ଏହା ମଧ୍ୟ ଜଣାପଡିଛି ଯେ ଦୁଇ ଭାଇ ସୁଧ କାରବାର କରୁଥିଲେ। ଏହି ଘଟଣା ପରେ ପୋଲିସ କାର୍ୟ୍ୟାନୁଷ୍ଠାନ ଜାରୀ ରଖିଛି।

Share

Leave a Reply

Your email address will not be published. Required fields are marked *

4 × four =