ଟମୋଟୋ ପରେ ଏବେ ପାନ ପାଇଁ ହଇରାଣ ପାକିସ୍ତାନ

ଟମାଟୋ ପରେ ଏବେ ପାନ ପାଳି । ପାକିସ୍ତାନକୁ ଚାରଆଡୁ ଘେରିସାରିଲାଣି ଭାରତ । ପ୍ରଥମେ ଟମାଟୋ ବନ୍ଦ କରିବା ପରେ ଏବେ ପାନ ଆଉ କପଡା ବନ୍ଦ କରିଛି ଭାରତ ।
ମଧ୍ୟପ୍ରଦେଶର ଛତ୍ରପୁର ଜିଲ୍ଲା ସହ ଅନ୍ୟ କିଛି ଜିଲ୍ଲାରୁ ଦେଶର ବିଭିନ୍ନ ଅଂଚଳକୁ ପାନ ସପ୍ଲାୟ ହୋଇଥାଏ । ଏହା ବ୍ୟତୀତ ପାକିସ୍ତାନ ଏବଂ ଶ୍ରୀଲଙ୍କା ଆଦି ଦେଶକୁ ମଧ୍ୟ ରପ୍ତାନୀ ହୋଇଥାଏ । ପ୍ରତି ସପ୍ତାହରେ ୪୫ ରୁ ୫୦ ବଣ୍ଡଲ ପାନ ପାକିସ୍ତାନକୁ ପଠାଯାଇଥାଏ । ହେଲେ ଏବେ ପାକିସ୍ତାନକୁ ଆଉ ପଠାହେବନି ପାନ । ପାକିସ୍ତାନକୁ ପାନ ନଦେବା ପାଇଁ ସଂକଳ୍ପ କରିଛନ୍ତି ଏହି ପାନ ଚାଷୀ ।
ପାନ ଚାଷୀଙ୍କ କହିବା ଅନୁଯାୟୀ, ପୁଲୱାମା ଆକ୍ରମଣରେ ଆମେ ମର୍ମାହତ । ଆତଙ୍କବାଦୀ ଆମ ଯବାନଙ୍କ ରକ୍ତରେ ହୋଲି ଖେଳିଛନ୍ତି । ତେଣୁ ଆମେ ପାକିସ୍ତାନକୁ ପାନ ବିକ୍ରି କରିବୁ ନାହିଁ । ତେଣିକି ଆମକୁ କ୍ଷତି ସହିବାକୁ ପଡୁ ନାଁ କାହିଁକି । ପାନର ଗୋଟିଏ ବଣ୍ଡଲର ମୂଲ୍ୟ ହେଉଛି ୩୦ହଜାର ଟଙ୍କା । ପାନ ଚାଷୀଙ୍କୁ ୧୩ ରୁ ୧୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ କ୍ଷତି ସହିବାକୁ ପଡିପାରେ । କିନ୍ତୁ ପାନ ଚାଷୀ ଏଥିପାଇଁ ଚିନ୍ତା ନାହିଁ କହିଛନ୍ତି ଯଦି ସରକାର ପାଣି ନଦେବା ଭଳି ବଡ଼ ନିଷ୍ପତ୍ତି ନେଇଛନ୍ତି ତେବେ ଆମେ କଣ ଆମ ଦେଶ ପାଇଁ ଏତିକି କରିପାରିବୁ ନାହିଁ ।
କିଛି ଦିନ ତଳେ ଖବର ଆସିଥିଲା ଯେ ପାକିସ୍ତାନରେ ଏବେ ଟମାଟୋ କିଲେ ୧୮୦ ଟଙ୍କା । ଦାମ୍ ଏତେ ବେଶୀ ତା ସହ ମିଳୁନାହିଁ ମଧ୍ୟ । ତେଣୁ ବିନା ଟମାଟୋରେ କିଭଳି ତରକାରୀ କରାଯିବ ତାକୁ ନେଇ ପାକ୍ ଗଣମାଧ୍ୟମରେ ଆଲୋଚନା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

eleven + 12 =