ମମତାଙ୍କ ଆଭିଯୋଗ : ବିଜେପି ଜବାନଙ୍କ ମୃତ ଦେହରେ ରାଜନୀତି କରୁଛି

ପଶ୍ଚିମବଙ୍ଗ () ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଆଜି ବିଜେପି ଶାସିତ କେନ୍ଦ୍ର ସରକାର ଉପରେ ବର୍ଷିବାକୁ ଯାଇ ଅଭିଯୋଗ କରିଛନ୍ତି ଯେ, ପୁଲୱାମା ଆକ୍ରମଣ ସଂପର୍କରେ ପୂର୍ବରୁ ସୂଚନା ଥାଇ ବି କେନ୍ଦ୍ର ସରକାର କୌଣସି ସତର୍କତା ମୂଳକ ପଦକ୍ଷେପ ନେଲେନାହିଁ । କେନ୍ଦ୍ର ସରକାର ଜବାନଙ୍କ ମୃତ ଦେହ ଉପରେ ରାଜନୀତି କରିବାକୁ ଅଧିକ ଆଗ୍ରହୀ ବୋଲି ସେ ଅଭିଯୋଗ କରିଛନ୍ତି ।

କେନ୍ଦ୍ର ସରକାର ଜାବନଙ୍କ ସୁରକ୍ଷା ପାଇଁ କାହିଁକି ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କଲେନାହିଁ ବୋଲି ପ୍ରଶ୍ନ କରିବାକୁ ଯାଇ ସେ କହିଛନ୍ତି ଯେ, ଏଭଳି ଏକ ଆକ୍ରମଣ ସଂପର୍କରେ ଗୁଇନ୍ଦା ବିଭାଗ ପକ୍ଷରୁ ଆଗୁଆ ସଙ୍କେତ ଦିଆଯାଇଥିଲା । କିନ୍ତୁ କେନ୍ଦ୍ର ସରକାର ଜବାନଙ୍କ ସୁରକ୍ଷା ପାଇଁ ଚିନ୍ତା କରିବା ପରିବର୍ତ୍ତେ ସେମାନଙ୍କୁ ଆତଙ୍କବାଦୀଙ୍କ ଦ୍ବାରା ମାରି ସେମାନଙ୍କ ମୃତଦେହ ଉପରେ ରାଜନୀତି କରୁଛନ୍ତି ।

ତୃଣମୂଳ କଂଗ୍ରେସର ପରିବର୍ଦ୍ଧିତ କୋର କମିଟି ବୈଠକରେ ଆଗାମୀ ନିର୍ବାଚନରେ ଟିଏମସି ମୁଖ୍ୟ ଏକଛତ୍ରବାଦୀ ମୋଦିଙ୍କୁ କ୍ଷମତାଚ୍ୟୁତ କରିବାକୁ ଦଳୀୟ ନେତା ଓ କର୍ମୀଙ୍କୁ ଆହ୍ବାନ ଦେଇଥିଲେ । ସେ କହିଥିଲେ ଯେ, ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦୁଇ ଭାଇ ନରେନ୍ଦ୍ର ମୋଦି ଓ ଅମିତ ଶାହାଙ୍କ ଦ୍ବାରା ପରିଚାଳିତ ହେଉଛି । ସେମାନଙ୍କ ହାତରେ ଲାଗିଛି ନିରିହ ଲୋକଙ୍କ ରକ୍ତ । ଏଥିସହିତ ଆସନ୍ତା ସାଧାରଣ ନିର୍ବାଚନରେ ଟିଏମସି ପଶ୍ଚିମ ବଙ୍ଗର ସମସ୍ତ 42ଟି ଲୋକସଭା ଆସନରୁ ଜିତିବ ବୋଲି ସେ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × two =