ଆଜି ବିଧାନସଭାରେ ଆୟାରଙ୍କ ରିପୋର୍ଟ ଉପସ୍ଥାପନ

ଆଜି ବିଧାନସଭା ଶୀତଅଧିବେଶନର ଦ୍ୱିତୀୟ ଦିନ । ପ୍ରଥମ ଦିନରେ ଚାଷୀ ପ୍ରସଙ୍ଗକୁ ନେଇ ଗୃହ ମାତ୍ର ୧୮ ମିନିଟ୍ ଚାଲିଥିବାବେଳେ ଆଜି କେମିତି ଚାଲିବ ତା ଉପରେ ସମସ୍ତଙ୍କ ନଜର ରହିଛି । ଗତକାଲି ଚାଷୀ ସମସ୍ୟା ନେଇ ଆଲୋଚନା କରିବା ଦାବିରେ ଉଭୟ କଂଗ୍ରେସ ଓ ବିଜେପି ହଟ୍ଟଗୋଳ କରିଥିଲେ । ଫଳରେ ଉଭୟ ପ୍ରଶ୍ନକାଳ ଓ ଶ୍ୱନ୍ୟକାଳ ଚାଲିପାରି ନଥିଲା । ଦୁଇ ଦୁଇ ଥର ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
କଂଗ୍ରେସ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଥିବାବେଳେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ତେବେ ଗୃହକୁ ବିରୋଧୀଙ୍କ ହଟ୍ଟଗୋଳକୁ ସମାଲୋଚନା କରିଥିଲା ଶାସକ ଦଳ । ଅନ୍ୟପଟେ ଗତକାଲି ଅଭିଜିତ୍ ଆୟାର ପ୍ରସଙ୍ଗରେ ବିଧାନସଭାରେ ଗୃହ କମିଟି ରିପୋର୍ଟ ଉପସ୍ଥାପନ କରିବାର ଥିଲା । ହେଲେ ବିଧାନସଭା ମୁଲତବୀ ରହିବାରୁ ହୋଇପାରିନଥିଲା । ତେଣୁ ଏହି ରିପୋର୍ଟ ଆଜି କମିଟି ଗୃହରେ ଉପସ୍ଥାପନ କରିବେ ।

Share

Leave a Reply

Your email address will not be published. Required fields are marked *

two × four =