୫୯ ଲୋକସଭା ଆସନରେ ଭୋଟିଂ

ସପ୍ତମ ତଥା ଅନ୍ତିମ ପର୍ୟ୍ୟାୟରେ ୭ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୫୯ ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ୯୧୨ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ଭୋଟର । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଏବଂ ଅନେକ ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି ପ୍ରାୟ ୧୦ କୋଟି ଭୋଟର ।

ପଞ୍ଜାବର ସମସ୍ତ ୧୩, ଉତ୍ତରପ୍ରଦେଶର ୧୩, ପଶ୍ଚିମବଙ୍ଗର ୯, ବିହାର ୮ ସିଟ୍, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର ତିନିଟି, ମଧ୍ୟପ୍ରଦେଶର ୮ଟି ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଚଣ୍ଡିଗଡ ଲୋକସଭା ଆସନ ପାଇଁ ଭୋଟିଂ ହେଉଛି । ୬ କୋଟିରୁ ଅଧିକ ମତଦାତା ନିଜ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି ।

ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ କଂଗ୍ରେସ, ଆପ୍ ଓ ବିଜେପି-ଅକାଳୀ ମେଣ୍ଟ ମଧ୍ୟରେ ତ୍ରିମୁଖି ଲଢେଇ । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଭଟିନ୍ଦାରୁ ଅଛନ୍ତି କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ, ଆନନ୍ଦପୁର ସାହିବରୁ କଂଗ୍ରେସର ମନୀଶ ତିୱାରୀ, ଫିରୋଜପୁରରୁ ଅକାଳୀ ଦଳ ମୁଖ୍ୟ ସୁଖବିନ୍ଦର ସିଂହ ବାଦଲ ଓ ଅମୃତସରରୁ କିରଣ ଖୈର । ପଞ୍ଜାବର ଗୁରୁଦାସପୁରରେ ଲଏଢୁଛନ୍ତି ବିଜେପି ପ୍ରାର୍ଥୀ ତଥା ଫିଲ୍ମ ଷ୍ଟାର ସନ୍ନି ଦେଓଲ ।

Share

Leave a Reply

Your email address will not be published. Required fields are marked *

eleven − 7 =